ବାଲେଶ୍ୱରରେ ୭୯ତ୍ତମ ସହିଦ ଶ୍ରାଦ୍ଧ ଦିବସ ପାଳିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଭାରତ ମୁକ୍ତି ସଂଗ୍ରାମରେ ପ୍ରାଣବଳି ଦେଇଥିବା ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆର ରଘୁ, ମକର ଓ କେଳୁଙ୍କ ୭୯ତମ ସହିଦ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସେହି ସହିଦମାନଙ୍କୁ ମନେରଖିବା ପାଇଁ ତୁଡିଗଡିଆକୁ ରକ୍ତତୀର୍ଥ ବୋଲି ଘୋଷଣା କରାଯାଇଛି । ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ରକ୍ତତୀର୍ଥ ତୁଡିଗଡିଆକୁ ଗୌରବାନୀତ କରିବା ପାଇଁ ସବୁ ଦିଗରୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ସକାଳ ୯ ଘଟିକା ସମୟରେ ମନ୍ତ୍ରୀ ପତକା ଉତ୍ତୋଳନ କରିଥିଲେ । ଜିଲ୍ଲାପରିଷଦ ସଭ୍ୟା ଜୟନ୍ତୀ ମହଲା ଉପସ୍ଥିତ ଥିଲେ ।

Leave a Reply

Your email address will not be published.