ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍ ତ୍ରିଲୋଚନ ପ୍ରଧାନଙ୍କର ପରଲୋକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ୍‌’ର ପ୍ରଥମ ନିଦେ୍ର୍ଧଶକ ପଦ୍ମଭୂଷଣ ପ୍ରଫେସର୍ ତ୍ରିଲୋଚନ ପ୍ରଧାନଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ୧୯୫୧ରେ ସେ ରେଭେନ୍ସା କଲେଜରେ ଜଣେ ଅଧ୍ୟାପକ ଭାବେ ଯୋଗ ଦେବା ପରେ ୧୯୫୩ରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟ ଯାଇ ‘ପିଏଚ୍‌.ଡି’ କରି ପୁଣି ୧୯୫୮ରେ ରେଭେନ୍‌ସା କଲେଜର ଅଧ୍ୟାପନା ଚାକିରିକୁ ଫେରିଥିଲେ ।

ନୟାଗଡ଼ ଜିଲ୍ଲାର ଘନଶାଳିଆ ଗ୍ରାମରେ ୨୯୨୯ ମସିହା ଜାନୁଆରି ୩ ତାରିଖରେ ଜନ୍ମିତ ପ୍ରଫେସର୍‌ ପ୍ରଧାନ ନୟାଗଡ଼ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ପାସ୍‌ କରିବା ପରେ ୧୯୪୫ରେ ରେଭେନ୍‌ସା କଲେଜ୍‌ରେ ଯୋଗ ଦେଇ ପଦାର୍ଥ ବିଜ୍ଞାନ ସମ୍ମାନ ସହ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୧୯୮୦ରେ ‘ମେଘନାଦ ଶାହା’, ୨୦୧୮ରେ ‘କଳିଙ୍ଗ ରତ୍ନ’, ୨୦୧୪ରେ ‘କଳିଙ୍ଗ ପୁରସ୍କାର’ ଏବଂ ୧୯୯୦ରେ ‘ପଦ୍ମଭୂଷଣ’ ସମ୍ମାନ ଓ ପୁରସ୍କାର ମିଳିଥିଲା।ସର୍ବୋତ୍ତମ ସ୍ନାତକ ଭାବେ ମୟୂରଭଞ୍ଜ ସ୍ୱର୍ଣ୍ଣପଦକ ପାଇଥିବା ପ୍ରଧାନ ଏହା ପରେ ୧୯୪୯ରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟକୁ ଯାଇ ୧୯୫୧ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକତ୍ତୋର ହାସଲ କରିଥିଲେ ।

Leave a Reply

Your email address will not be published.