ଝିଅକୁ ନ୍ୟାୟ ଦାବିରେ ଏସପିଙ୍କ ପାଖରେ ଗୁହାରି

କଟକ, (ନାଗରାଜ ନ୍ୟୁଜ ): ମୃତ ଝିଅକୁ ନ୍ୟାୟ ଦେବା ପାଇଁ କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି ପରିବାର ଲୋକେ । କଟକ ଜିଲ୍ଲା ସାଲେପୁର ସୁନା ଖଣ୍ଡି ଅଞ୍ଚଳର ସ୍ୱୟଂପ୍ରଭା ବେହେରା ଗତ ୯ ତାରିଖ ଦିନ ଘରେ ଆତ୍ମହତ୍ୟା କରିଥିଲେ । ଏହାପରେ ସାଲେପୁର ଥାନାରେ ଏ ସମ୍ପର୍କରେ ପରିବାର ଅଭିଯୋଗ କରିଥିଲେ । ଏଥିସହିତ ମୃତ୍ୟୁ ପୂର୍ବରୁ ଝିଅର ହାତ ଲେଖା ସୁଇସାଇଡ଼ ନୋଟ ମଧ୍ୟ ପୋଲିସକୁ ପରିବାର ଲୋକେ ଦେଇଥିଲେ । ଯେଉଁଥିରେ ମୃତ ଯୁବତୀ ଜଣକ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କି ସିଦ୍ଧାର୍ଥ ରାଉତ ଓରଫ ସିପୁନ ତାଙ୍କୁ ବ୍ଲାକ ମେଲିଙ୍ଗ କରିବା ସହ ଧମକ ଦେଉଥିଲା । ଏପରିକି ପରିବାର ଲୋକଙ୍କୁ ହତ୍ୟା କରିଦେବା ପାଇଁ ଧମକ ଦେଉଥିଲା । ଯାହାକୁ ଡରି ଶେଷରେ ଆତ୍ମହତ୍ୟା କରିଥିବା କଥା ନୋଟରେ ଉଲ୍ଲେଖ ରହିଛି । ଏହି ଘଟଣା ପରେ ମଧ୍ୟ ପୋଲିସ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ ନକରି ଓଲଟା ମୃତ ଝିଅର ପରିବାର ଲୋକଙ୍କୁ ଖରାପ ବ୍ୟବହାର କରିଥିଲା । ଏହାସହ ପୋଲିସ ୧୦ ତାରିଖରେ ମାମଲା ରୁଜ୍ଜୁ ନକରି ୧୮ ତାରିଖରେ ମାମଲା ରୁଜ୍ଜୁ କରିଥିଲା । ପୋଲିସ ଉକ୍ତ ଯୁବକଙ୍କୁ ବଞ୍ଚାଇବା ପାଇଁ ଏଭଳି କଟିଥିବା କଥା କହିଛନ୍ତି ପରିବାର ଲୋକେ । ଯେଉଁଥିପାଇଁ ଆଜି କଟକ ଗ୍ରାମାଞ୍ଚଳ ଏସପିଙ୍କ ସହ ଭେଟି ଝିଅର ମୃତ୍ୟୁ ପାଇଁ ଦାୟୀ ଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଓ ସାଲେପୁର ଥାନା ଆଇଆଇସିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ ।

Leave a Reply

Your email address will not be published.