ମହାନଦୀକୁ ଡ଼େଇଁ ଜଣେ ମୃତ

କଟକ: ମହନଦୀକୁ ଡ଼େଇଁ ଜଣଙ୍କର ମୃତ୍ଯୁ ହୋଇଛି । ମୃତକଙ୍କ ନାମ ଅପର୍ତ୍ତି ବେହେରା । ସେ ଜଣେ ଭେଟେନେରୀ ଅଫିସର ରିଟାଏଡ଼ କର୍ମଚାରୀ । ଘର ଆଠଗଡ଼ ତିଗିରିଆ ଅଂଚଳ ଚଷାଙ୍ଗାରା ଗ୍ରାମର । ଖବର ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ମହନଦୀକୁ ଡ଼େଇଁ ଅରର୍ତ୍ତିଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବାବେଳେ ସ୍ଥାନୀୟ ଲୋକେ ଶବକୁ ଉଦ୍ଧାର କରିଥିଲେ । ଶବକୁ ବ୍ୟବଚ୍ଛେଦ ନିମନ୍ତେ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳେ ସୁବର୍ଣ୍ଣପୁର ଫାଣ୍ଡି ପୋଲିସି ପହଁଚି ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published.