ରସିଦ ଇରାନୀଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା ଫିଲ୍ମ ସମାଲୋଚକ ରସିଦ ଇରାନୀଙ୍କ ପରଲୋକ ହୋଇଛି । ସେ ୭୪ ବର୍ଷ ବୟଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଗଷ୍ଟ ୨ ତାରିଖରେ ତାଙ୍କ ମୃତଦାହ ତାଙ୍କ ଘରୁ ମିଳିଛି । ସୂଚନାଯୋଗ୍ୟ ଯେ, ସମାଲୋଚକ ରସିଦ ରସିଦ ଇରାନୀ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ । ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ରଫିକ୍ ଇଲିୟାସଙ୍କ କହିବା ଅନୁଯାୟୀ, ରସିଦ ହୁଏତ ଜୁଲାଇ ୩୦ରେ ଦକ୍ଷିଣ ମୁମ୍ବାଇ ନିକଟ ଧୋବିତାଲାବରେ ଥିବା ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥାଇ ପାରନ୍ତି । ରଫିକ୍ ଇଲିଆସ୍ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ ଖବର । ଶୁକ୍ରବାର ସକାଳେ ସ୍ନାନ କରିବା ସମୟରେ ସେ ମୃତ୍ୟୁବରଣ କରିଥିବେ କାରଣ ତାଙ୍କ ମୃତ ଶରୀର ବାଥରୁମରୁ ହିଁ ମିଳିଥିଲା । ରସିଦ ଇରାନୀଙ୍କ ଦେହାନ୍ତରେ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି।

ରଫିକ୍ ଆହୁରି କହିଛନ୍ତି, ‘ଆମେ ସମସ୍ତେ ଭାବୁଥିଲୁ ଯେ ସେ ସହରରୁ ବାହାରକୁ ଯାଇଛନ୍ତି ତେଣୁ ଆମେ ଆଶା କରୁଥିଲୁ ସେ ଫେରିଆସିବେ କିନ୍ତୁ ଯେତେବେଳେ ଏପରି କିଛି ଘଟିଲା ନାହିଁ, ଆମେ ଚିନ୍ତିତ ହେବାକୁ ଲାଗିଲୁ ଏବଂ ଆମେ ପୋଲିସକୁ ଡାକି କବାଟ ଖୋଲିବା କହିଥିଲୁ। ରଫିକ୍ ଇଲିୟାସଙ୍କ ଅନୁଯାୟୀ, ରସିଦ ଇରାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା ଏବଂ ଗତ ବର୍ଷ ତାଙ୍କୁ କରୋନା ମଧ୍ୟ ହୋଇଥିଲା । ତେବେ ରସିଦ ଇରାନୀଙ୍କ ମୃତ୍ୟୁ ହେତୁ ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି । 

Leave a Reply

Your email address will not be published.