କରୋନାରେ ୨ ମାଓବାଦୀଙ୍କ ମୃତ୍ୟୁ

ଭୂବନେଶ୍ବର: କରୋନାରେ ୨ ମାଓନେତାଙ୍କ ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଦୁଇ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ମାଓନେତା ହରିଭୂଷଣ ଓ ସାରକ୍କଙ୍କ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଲାଲବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରୀୟ ମାଓ ବଳ ପ୍ରେସ୍ ବିଜ୍ଞପ୍ତିରେ ଏହା ପ୍ରକାଶ କରିଛି ।

ପ୍ରେସ ବିଜ୍ଞପ୍ତି ଅନୁସାରେ, ଜୁନ୍ ୨୧ରେ ନାରାୟଣଙ୍କର ମୃତ୍ୟୁ ହୋଇଥିଲା । ତା ମୁଣ୍ଡ ଉପରେ ପୋଲିସ ପକ୍ଷରୁ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ସେହିପରି ହରିଭୂଷଣ ମାଓବାଦୀ ସେଣ୍ଟ୍ରାଲ କମିଟିର ସଦସ୍ୟ ସହ ତେଲଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସଂପାଦକ ଥିଲା । ସେ ୨୨ରୁ ଅଧିକ ମାଓ ଆକ୍ରମଣରେ ସାମିଲ ଥିଲା । ଏତତ୍ ବ୍ୟତୀତ ଏରିଆ କମିଟି ନେତ୍ରୀ ସାରକ୍କାଙ୍କ ମୃତ୍ୟୁ ମଧ୍ୟ କରୋନାରେ ହୋଇଛି । ସମସ୍ତଙ୍କର ଦଣ୍ଡକାରଣ୍ୟରେ ଅନ୍ତିମ ସଂସ୍କାର କରାଯାଇଛି ।

କରୋନାରେ ପୀଡ଼ିତ ହୋଇଥିବାରୁ ପୋଲିସ୍ ନିକଟରେ ୨ ମାଓନେତା ଆତ୍ମସମର୍ପଣ କରିଛନ୍ତି। ସେମାନେ ୪୦୦ ରାଉଣ୍ଡ ଗୁଳି ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ କାହ୍ନା ଡିଭିଜନ୍ ମାଓ ସଂଗଠନର ପ୍ଳାଟୁନ୍ କମାଣ୍ଡର ଦିବାକର୍ ଓ ମହିଳା ମାଓବାଦୀ ଲକ୍ଷ୍ମୀ ।

Leave a Reply

Your email address will not be published.