ନୂଆ ରୂପରେ ଆସିବ ‘ୟେଜ୍‌ଦି’ ବାଇକ୍

ମୁମ୍ବାଇ: ଲୋକପ୍ରିୟ ୟେଜଦି ବାଇକ ପୁଣି ବଜରାକୁ ଫେରିବ। ମହିନ୍ଦ୍ରା ଗ୍ରୁପ୍ ମାଲିକାନାରେ ଥିବା କ୍ଲାସିକ୍ ଲିଜେଣ୍ଡସ୍‌ ନାମକ ସଂସ୍ଥା ଏହାକୁ ଇଲେକ୍‌ଟ୍ରିକ୍ ବାଇକ୍ ଭାବେ ପୁଣି ଥରେ ବଜାରକୁ ଆଣିବା ଲାଗି ଯୋଜନା ରଖିଛି। ଏହି ଇଲେକ୍ଟ୍ରିକ୍ ବାଇକ୍‌ର ନେମ୍‌ପ୍ଲେଟ୍‌ରେ ୟେଜ୍‌ଦି ଲେଖାରହିବ। କମ୍ପାନୀ କିନ୍ତୁ ଏ ନେଇ ସୂଚନା ଦେଇନି।

ଅତୀତରେ ଫାରୁକ୍ ଇରାନିଙ୍କ ମାଲିକାନାରେ ଥିବା ଆଇଡିଲ୍‌ ଜାୱା ଇଣ୍ଡିଆ ଲିମିଟେଡ୍‌ ୟେଜ୍‌ଦି ମୋଟରସାଇକଲ୍‌କୁ ଭାରତ ଆଣିଥିଲା। ମହୀଶୂରର ଏହି କଂପାନି ଜାୱା ମୋଟରସାଇକଲ୍ ବିକ୍ରି କରିବା ଲାଗି ୧୯୬୦ରେ ଲାଇସେନ୍ସ ପାଇଥିଲା। ୧୯୭୩ରେ ଏହାର ନାମ ବଦଳାଇ ୟେଜ୍‌ଦି ରଖାଯାଇଥିଲା। ୧୯୭୦ ଓ ୧୯୮୦ ବେଳକୁ ୟେଜ୍‌ଦି ଭାରତରେ ବହୁତ ଚର୍ଚ୍ଚିତ ଥିଲା। ପ୍ରଦୂଷଣ କଟକଣା କଡ଼ାକଡ଼ି ହେବା ପରେ ୧୯୯୦ ମଧ୍ୟ ଭାଗରେ ଏହି ବ୍ରାଣ୍ଡ୍‌କୁ ବନ୍ଦ କରିଦିଆଯାଇଥିଲା।

Leave a Reply

Your email address will not be published.