ଆଦାନି ଗ୍ରୁପକୁ ମିଳିଲା ବିମାନବନ୍ଦର ପରିଚାଳନାର ଦାୟିତ୍ୱ

ନୂଆଦିଲ୍ଲୀ: ବ୍ୟାପକ ବିରୋଧ ମଧ୍ୟରେ ଶୁକ୍ରବାର ଦିନ ଆଦାନି ଗୁଆହାଟି ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (ଏଜିଏଲ୍) ଇମ୍ଫାଲ ପରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ଗୁଆହାଟୀର ଗୋପୀନାଥ ବୋର୍ଡୋଲାଇ ଇଣ୍ଟରନ୍ୟାସନାଲ (ଏଲଜିବି) ବିମାନବନ୍ଦରର ପରିଚାଳନା, ବିକାଶ ଓ ପରିଚାଳନାର ଦାୟିତ୍ୱ ଗ୍ରହଣ କରିଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ)ର ଅଧିକାରୀମାନେ କହିଛନ୍ତିଯେ, ବିଜିନେସ୍ ଟାଇକୋନ୍ ଗୈାତମ ଆଦାନୀି ନେତୃତ୍ୱରେ ଏକ ସମାରୋହରେ ଏଲଜିବି ବିମାନ ବନ୍ଦରକୁ ଆନୁଷ୍ଠାନିକ ଭାବେ ଏଜିଆଇଏଲକୁ ହସ୍ତାନ୍ତର କରାଯାଇଛି।

ବିମାନ ବନ୍ଦର ନିର୍ଦ୍ଦେଶକ ରମେଶ କୁମାର ଉତ୍କଳ ବାରୁଆଙ୍କୁ ଏକ ସାଙ୍କେତିକ ଚାବି ହସ୍ତାନ୍ତର କରିଛନ୍ତି, ଯିଏକି ଏଜିଏଲ ଦ୍ୱାରା ମୁଖ୍ୟ ବିମାନ ବନ୍ଦର ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଏଏଆଇ ଟୁଇଟ୍ କରି କହିଛିଯେ, ଆଦାନି ଗୁଆହାଟି ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଆଜି ୫୦ ବର୍ଷ ଲିଜ୍ ଅବଧି ପାଇଁ ପିପିପି ମୋଡ୍ ମାଧ୍ୟମରେ ଏଏଆଇର ଗୁଆହାଟି ବିମାନବନ୍ଦରର ଅପରେସନ୍, ମ୍ୟାନେଜମେଣ୍ଟ ଓ ଡେଭଲପମେଣ୍ଟ ଦାୟିତ୍ୱ ଗ୍ରହଣ କରିଛି ।

ଆଦାନୀ ଗ୍ରୁପ୍ ଟୁଇଟ୍ କରି କହିଛନ୍ତି.ଯେ ଲୋକପ୍ରିୟ ଗୋପୀନାଥ ବୋର୍ଡୋଲାଇ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନ ଉତ୍ତମତାର ଗେଟୱେ ହୋଇଥିବାରୁ ଆମେ ଖୁସି । ଆପଣଙ୍କ ସେବାରେ ରହିବା ଓ ଗୁଆହାଟୀରେ ଆମର ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ।

Leave a Reply

Your email address will not be published.