ସରିଲା ନିର୍ବାଚନ, ନୂଆ ପେଟ୍ରୋଲ ଓ ଡିଜେଲ ଦର ଜାରି

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ସରିଲା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ । ଯେଉଁ ଆଶଙ୍କା ରହିଥିଲାଯେ, ନିର୍ବାଚନ ସରିବା ମାତ୍ରେ ତୈଳ ଦର ଦର ବୃଦ୍ଧ ହେବ । ତେବେ ବିଭିନ୍ନ ତୈଳ କମ୍ପାନୀ ନୂଆ ପେଟ୍ରୋଲ ଓ ଡିଜେଲ ଦର ଜାରି କରିଛନ୍ତି । ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହୁ ହୁ ହୋଇ ବଢୁଥିବାବେଳେ ଘରୋଇ ବଜାରରେ ଦାମ୍ ସ୍ଥିର ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବାବେଳେ ଡିଜେଲ ଦାମ୍ ୮୬.୬୭ ରହିଛି । ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ ଟଙ୍କା ଥିବାବେଳେ ଡିଜେଲ ଦର ରହିଛି ୯୪.୧୪ଟଙ୍କା । କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିବାବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିଲା ବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି ।

Leave a Reply

Your email address will not be published.