ପୁଣି ରାଜ୍ୟରୁ ୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ୨ ହଜାର ଉପରେ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୨୦୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୦୭୪ ସଂକମିତଙ୍କ ମଧ୍ୟରୁ ୧୧୯୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୫,୭୪୯ ରେ ପହଞ୍ଚିଛି ।

ଆଜି ଯାଜପୁରରୁ ୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ,ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୪୬, କେଉଁଝରରୁ ୪୬, ଖୋର୍ଦ୍ଧାରୁ ୪୪୩, କୋରାପୁଟରୁ ୧୦, ମାଲକାନଗିରିରୁ ୪୭, ମୟୂରଭଞ୍ଜରୁ ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ ୫୮, ନୁଆପଡା ୪, ପୁରୀ ୧୩୩, ଅନୁଗୋଳରୁ ୫୯, ବାଲେଶ୍ୱର ରୁ୧୧୫, ବରଗଡରୁ ୩୮, ଭଦ୍ରକରୁ ୧୧୦, ବଲାଙ୍ଗୀରରୁ ୧୭, ବୌଦ୍ଧରୁ ୧୨, କଟକରୁ ୨୮୩, ଦେଓଗଡରୁ ୩, ଢେଙ୍କାନାଳରୁ ୬୧, ଗଜପତିରୁ ୩, ଗଞ୍ଜାମରୁ ୫, ଜଗତ୍ସିଂହପୁରରୁ ୯୯, ରାୟାଗଡା ୧୬, ସମ୍ବଲପୁର ୩୦, ସୋନପୁର ୯,  ସୁନ୍ଦରଗଡ ୫୬ ଏବଂ ରାଜ୍ୟପୁଲରୁ ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Leave a Reply

Your email address will not be published.