କରୋନା ନେଲା ଆଉ ୩୫ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଓ ସପ୍ତାହାନ୍ତ ସଟଡାଉନ ପାଇଁ ସଂକ୍ରମଣ ହାର କମୁଥିବା ବଳେ ମୃତ୍ଯୁ ସଂଖ୍ଯାରେ ଲାଗୁନି ବ୍ରେକ । ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି।

୧୫ଟି ଜିଲ୍ଲାରୁ ଏହି ୩୭ ଜଣଙ୍କ ମୃତ୍ୟୁ ଖବର ଆସିଛି। ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଆଜିର ରିପୋର୍ଟକୁ ମିଶାଇ ଲଗାତାର ୬ ଦିନ ହେଲାଣି ଏହି ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଆସିଛି। ୬ ଦିନ ହେଲାଣି ଏଠାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏଯାବତ ୧୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି।

ସେହିପରି ଏହି ୩୭ ମୃତକଙ୍କ ମଧ୍ୟରେ କଟକ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ବେଳେ ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର, ଗଜପତି, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ବଲାଙ୍ଗିର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଥିବା ବେଳେ କଟକରେ ୧୬୫, ଗଜପତିରେ ୫୮, ଗଞ୍ଜାମରେ ୨୮୪, ଝାରସୁଗୁଡ଼ାରେ ୫୪, କଳାହାଣ୍ଡିରେ ୧୧୬, କେନ୍ଦ୍ରାପଡ଼ାରେ ୫୦, ଖୋର୍ଦ୍ଧାରେ ୪୭୧, କୋରାପୁଟରେ ୪୨, ନବରଙ୍ଗପୁରରେ ୩୮, ନୂଆପଡ଼ାରେ ୫୮, ରାୟଗଡ଼ାରେ ୧୦୯, ସୁବର୍ଣ୍ଣପୁରରେ ୩୩ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୭୦କୁ ବୃଦ୍ଧି ପାଇଛି।

Leave a Reply

Your email address will not be published.