ପୁଣି ୪୧ ମୁଣ୍ଡ ନେଲା କରୋନା

ଭୂବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦୈନିକ ରେକର୍ଡ ଭାଙ୍ଗୁଛି । ଆଜି କରୋନାରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ମୃତ୍ୟୁ ସଂଖ୍ୟା ତିନିହଜାର ପାର ହୋଇଛି । ଯାହା ଆକଳନରୁ ଜଣାପଡିଛି ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସୁନାନୁସାରେ, ଆଜି ଖୋର୍ଦ୍ଧାରୁ ୬ ଜଣ, ସୁନ୍ଦରଗଡ଼ରୁ ୪ ଜଣ, ଗଞ୍ଜାମ ଓ ପୁରୀରୁ ୪ ଜଣ ଲେଖାଏଁ, ବରଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ, ସମ୍ବଲପୁର ଓ ସୋନପୁରରୁ ୨ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ଦେବଗଡ, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡା, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published.