ପୁଣି ୩ ହଜାର ଉପରେ କରୋନା ପଜିଟିଭ୍ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବେ ଥମିବାର ନାଁ ଧରିନଥିବାବେଳେ ତୃତୀୟ ଲହରର ଆଶଙ୍କାରେ ସମସ୍ତେ ଭୟଭୀତ ଅଛନ୍ତି । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୫୫୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ସୂଚନା ଦେଇଛି ।ଆଜିର ନୂତନ ସଂକ୍ରମିତଙ୍କ ମଧ୍ୟରେ ୨୦୨୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୫୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି ।

ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୧୩୩, ବାଲେଶ୍ବରରୁ ୨୭୧, ବରଗଡରୁ ୩୧, ଭଦ୍ରକରୁ ୧୫୮, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୩୩, କଟକରୁ ୫୦୧, ଦେବଗଡରୁ ୮, ଢେଙ୍କାନାଳରୁ ୫୬, ଗଜପତିରୁ ୨୪, ଗଞ୍ଜାମରୁ ୨୨, ଜଗତସିଂପୁର ୧୪୫, ଯାଜପୁରରୁ ୨୫୬, ଝାରସୁଗୁଡାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୧୯, କେଉଁଝରରୁ ୬୫, ଖୋର୍ଦ୍ଧାରୁ ୬୫୧, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୯୬, ନବରଙ୍ଗପୁରରୁ ୨୨, ନୟାଗଡରୁ ୧୦୦, ନୂଆପଡାରୁ ୨୦, ପୁରୀରୁ ୨୩୩, ରାୟଗଡାରୁ ୬୧, ସମ୍ବଲପୁରରୁ ୧୮,  ସୋନପୁରରୁ ୨୯, ସୁନ୍ଦରଗଡରୁ ୭୧ ଓ ଷ୍ଟେଟ ପୁଲରୁ ୧୦୦ ଜଣ ପଜିଟିଭ ରହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ମୋଟ ୮୯୭୦୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ସେମଧ୍ୟରୁ ୮୬୦୧୪୨ ଜଣ କରୋନାରୁ ଭଲ ହୋଇ ଘରକୁ ଫେରିଛନ୍ତି । ୩୩୦୧୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଆଜି ସୁଦ୍ଧା ୧୩୪୮୬୦୮୨ ଜଣଙ୍କ କରୋନା ନମୁନା ସଂଗ୍ରହ ହେଲାଣି ।

Leave a Reply

Your email address will not be published.