ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ

ଓଡିଶା: କନ୍ଦାଇଲାଣି କରୋନା । ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କୌଣସି ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ଜଣାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୧୯୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୮୬୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆଜି ଅନୁଗୁଳରୁ ୮୫୯ଜଣ, ବାଲେଶ୍ୱରରୁ ୪୦୦ଜଣ, ବରଗଡ଼ରୁ ୩୬୭ଜଣ, ଭଦ୍ରକ ରୁ ୩୭୭ଜଣ, ବଲାଙ୍ଗୀରରୁ ୧୬୬ଜଣ, ବୌଦ୍ଧରୁ ୨୬୧ଜଣ, କଟକରୁ ୧୧୩୩ଜଣ, ଦେଓଗଡ଼ରୁ ୧୦୩ଜଣ, ଢେଙ୍କାନାଳରୁ ୩୫୧ଜଣ, ଗଜପତିରୁ ୬୭ଜଣ, ଗଞ୍ଜାମରୁ ୧୫୫ଜଣ, ଜଗତସିଂହପୁରରୁ ୩୩୦ଜଣ, ଯାଜପୁରରୁ ୫୬୪ଜଣ, ଝାରସୁଗୁଡ଼ାରୁ ୨୨୮ଜଣ, କଳାହାଣ୍ଡିରୁ ୪୦୭ଜଣ, କନ୍ଧମାଳରୁ ୧୦୩ଜଣ ପଜିଟି ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୩୦୯ଜଣ, କେନ୍ଦୁଝରରୁ ୨୦୦ଜଣ, ଖୋର୍ଦ୍ଧା ରୁ ୧୦୧୦ଜଣ, କୋରାପୁଟରୁ ୧୭୫ଜଣ, ମାଲକାନଗିରିରୁ ୯୮ଜଣ, ମୟୁରଭଞ୍ଜରୁ ୬୬୨ଜଣ, ନବରଙ୍ଗପୁରରୁ ୩୨୨ଜଣ, ନୟାଗଡ଼ରୁ ୨୪୬ଜଣ, ନୂଆପଡ଼ାରୁ ୪୪ଜଣ, ପୁରୀରୁ ୪୩୦ଜଣ, ରାୟଗଡ଼ାରୁ ୧୭୭ଜଣ, ସମ୍ବଲପୁରରୁ ୩୭୯ଜଣ, ସୋନପୁରରୁ ୨୦୪ଜଣ, ସୁନ୍ଦରଗଡରୁ ୭୨୯ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦୩ଜଣ ସଂକ୍ରମିତ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୦୩୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ୧୧୧୨୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୮୯୬୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୩୭୫୦୭୬  କରୋନା ନମୁନା ଟେଷ୍ଟ୍ ହୋଇଛି ।

Leave a Reply

Your email address will not be published.