କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର, (ନାଗରାଜ ନୁ୍ୟଜ): ରାଜ୍ୟରେ କିଛି ଦିନ ହେବ କରୋନା ମୃତୁ୍ୟ ସଂଖ୍ୟାରେ ବ୍ରେକ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ସୋନପୁର ଜିଲ୍ଲାରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ରହିଥିବା ବେଳେ କଟକ, ନୟାଗଡ଼, ବାଲେଶ୍ୱର ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Leave a Reply

Your email address will not be published.