କରୋନାରେ ଗଲା ପୁଣି ୪୫ ଜୀବନ

ଭୂବନେଶ୍ଵର: ରାଜ୍ୟରେ ଭୟ ସୃଷ୍ଟି କଲାଣି କରୋନା ମୃତ୍ୟୁ ସଂଖ୍ୟା । ଦୈନିକ କରୋନା ମହାମାରୀ ୪୦ ଉପରେ ଲୋକଙ୍କ ଜୀବନ ନେଉଛି । ଆଜି ରାଜ୍ୟରେ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୦୬୩କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ଜଣେ, ନବରଙ୍ଗପୁ ରରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୫ ଜଣ, ସମ୍ବଲପୁରରୁ ୨ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ୱରରୁ ଜଣେ, ବରଗଡରୁ ୩ ଜଣ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୪ ଜଣ, ଯାଜପୁର ରୁ ଜଣେ, ଝାରସୁଗୁଡ଼ାରୁ ଜଣେ କେନ୍ଦୁଝରରୁ ୪ ଜଣ,  ସୁନ୍ଦରଗଡ଼ରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Leave a Reply

Your email address will not be published.