କମୁଛି ସଂକ୍ରମଣ, ତୃତୀୟ ଲହର ନେଇ ବଢୁଛି ଦୁଶ୍ଚିନ୍ତା

ଭୂବନେଶ୍ଵର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ତୃତୀୟ ଲହର ପାଇଁ ବିଭିନ୍ନ ରାଜ୍ୟ ପ୍ରସ୍ତୁତ ହେଉଥିବାବେଳେ ରାଜ୍ୟରେ ମଧ୍ୟ ସମାନ ଭୟକୁ ଏଡାଯାଇପାରିବନାହିଁ । ଆଜି ଚିହ୍ନଟ ହୋଇଛନ୍ତି ୩୪୨୭ ଜଣ କରୋନା ସଂକ୍ରମିତ । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫କୁ ବୃଦ୍ଧି ପାଇଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।ନୂତକ ସଂକ୍ରମିତଙ୍କ ମଧ୍ୟରେ ୧୯୫୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧୪୭୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଆଜି ଅନୁଗୁଳରୁ ୧୩୮, ବାଲେଶ୍ବରରୁ ୨୬୧, ବରଗଡରୁ ୫୨, ଭଦ୍ରକରୁ ୧୩୯, ବଲାଙ୍ଗୀରରୁ ୪୦, ବୌଦ୍ଧରୁ ୩୧, କଟକରୁ ୩୯୬, ଦେଓଗଡରୁ ୨୨, ଢେଙ୍କାନାଳରୁ ୭୮, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୮୫, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କନ୍ଧମାଳରୁ ୪୧, କେନ୍ଦ୍ରାପଡାରୁ ୧୧୧, କେଉଁଝରରୁ ୪୭, ଖୋର୍ଦ୍ଧାରୁ ୫୫୩, କୋରାପୁଟରୁ ୭୨, ମାଲକାନଗିରିରୁ ୩୮, ମୟୂରଭଞ୍ଜରୁ ୧୬୨, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୧୪୨, ନୂଆପଡାରୁ ୨୦, ପୁରୀରୁ ୨୧୭,  ରାୟଗଡାରୁ ୯୪, ସମ୍ବଲପୁରରୁ ୩୨, ସୋନପୁରରୁ ୩୦, ସୁନ୍ଦରଗଡରୁ ୭୮ ଓ ଷ୍ଟେଟ ପୁଲରୁ ୮୨ ଜଣ ପଜିଟିଭ ରହିଛନ୍ତି ।

ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫କୁ ବୃଦ୍ଧି ପାଇଥିବାବେଳେ ସେମାନଙ୍କ ମଧ୍ୟରେ ୮୨୯୮୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଭିନ୍ନ ହସ୍ପିଟାଲରେ ୪୦୪୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏବେ ସୁଦ୍ଧା ୧୩୦୨୮୮୧୭ ଜଣଙ୍କ କରୋନା ନମୁନା ସଂଗ୍ରହ ହୋଇଛି ।

Leave a Reply

Your email address will not be published.