କରୋନାରେ ପୁଣି ୪୪ ମୃତ୍ଯୁ

ଭୂବନେଶ୍ବର: ରାଜ୍ୟରେ ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ମୃତ୍ୟୁହାର ଥମିବାର ନାଁ ଧରୁନି । କରୋନାରେ ଦୈନିକ ୪୦ରୁ ଉର୍ଦ୍ଧ୍ବ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି ଗତ ୨୪ ଘଣ୍ଟାରେ କରୋନାରେ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଥିବାବେଳେ କଟକ ଓ ବରଗଡରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ ଓ ପୁରୀରୁ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମ, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ ୩ ଜଣ ପ୍ରାଣ ହରାଇଛନ୍ତି ।

ସେହିପରି ନୟାଗଡ଼, ସମ୍ବଲପୁର ଜିଲ୍ଲାରୁ ୨ଜଣ ଲେଖାଏଁ ଜୀବନ ହରାଇଛନ୍ତି । ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୬୧କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published.