ସଂକ୍ରମଣ ହ୍ରାସ ସତ୍ତ୍ଵେ ମୃତ୍ଯୁ ସଂଖ୍ଯାରେ ଲାଗୁନି ବ୍ରେକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା ସତ୍ତ୍ଵେ ମୃତ୍ଯୁ ସଂଖ୍ଯାରେ ଲାଗୁନି ବ୍ରେକ । ଯହା ଏବେ ଚିନ୍ତାର କାରଣ ପାଲଟିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ କୋଭିଡରେ ୨.୮୧ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ୨୬ ଦିନ ପରେ ସର୍ବନିମ୍ନ । ଏହା ପୂର୍ବରୁ ଗତ ଏପ୍ରିଲ ୨୧ ତାରିଖରେ ଦେଶରେ ୨ ଲକ୍ଷ ୯୫ ହଜାର ୪୧ ଜଣ ସଂକ୍ରମିତ ହୋଇଥିଲେ । 

କରୋନା ଉପରେ ନଜର ରଖିଥିବା ୱେବସାଇଟ୍ ୱାଲଡୋମିଟର ତଥ୍ୟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁଁ ୪ ହଜାର ୯୨ ଜଣଙ୍କର ମୃତ୍ୟୁ ହେଶଇଛି । ଏହା ପୂର୍ବରୁ ରବିବାର ଜାରି ହୋଇଥିବା ତଥ୍ୟ ଅନୁସାରେ ୨୪ ଘଣ୍ଟାରେ ୪ ହଜାର ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା । 

ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୧ ହଜାର ୮୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪ ହଜାର ୯୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୬୪ ହଜାର ୯୨୫ ହୋଇଛି । ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୪୧୧ରେ ପହଂଚିଛି । 

Leave a Reply

Your email address will not be published.