ରାଜ୍ୟରେ ଆଜିବି ୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ ଆଜିବି ୨ ହଜାର ଉପରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୫୮,୦୫୯ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୨୦୮୫ ସଂକମିତଙ୍କ ମଧ୍ୟରୁ ୧୧୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୮୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଆଜି ନୟାଗଡ଼ରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ୫, ପୁରୀରୁ ୧୦୬, ରାୟଗଡାରୁ ୧୪, ସମ୍ବଲପୁରରୁ ୩୬, ଅନୁଗୋଳରୁ ୭୩, ବାଲେଶ୍ୱରରୁ ୧୧୩, ବରଗଡରୁ ୧୫, ଭଦ୍ରକରୁ ୧୭୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୩, କଟକରୁ ୨୧୦, ଦେଓଗଡରୁ ୪, ଢେଙ୍କାନାଳରୁ ୪୧, ସୋନପୁର ୪, ଗଜପତିରୁ ୧୯, ଗଞ୍ଜାମରୁ ୧୪, ଜଗତ୍ସିଂହପୁରରୁ ୧୦୮, ଯାଜପୁର ୧୩୨, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୯୪, କେଉଁଝରରୁ ୨୪, ଖୋର୍ଦ୍ଧାରୁ ୫୨୮, କୋରାପୁଟରୁ ୧୬, ମାଲକାନଗିରି ୧୯, ମୟୂରଭଞ୍ଜ ୮୪, ନବରଙ୍ଗପୁରରୁ ୧୮, ସୁନ୍ଦରଗଡ ୨୫ ଏବଂ ରାଜ୍ୟପୁଲ୍‌ରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.