୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ଆଜି ରାଜ୍ୟରେ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୨୦୯୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୫୫୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଅନୁଗୁଳରୁ ୧୧୨, ବାଲେଶ୍ବରରୁ ୨୭୮, ବରଗଡରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗୀରରୁ ୧୬, ବୌଦ୍ଧରୁ ୪୧, କଟକରୁ ୪୮୫, ଦେବଗଡରୁ ୪, ଢେଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୨, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୦୬, କେଉଁଝରରୁ ୬୮, ଖୋର୍ଦ୍ଧାରୁ ୬୦୪, କୋରାପୁଟରୁ ୧୦୪, ମାଲକାନଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ନୟାଗଡ଼ରୁ ୧୨୨, ନୂଆପଡାରୁ ୧୦, ପୁରୀରୁ ୧୮୭, ରାୟଗଡାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୦୬ ଓ ଷ୍ଟେଟପୁଲରୁ ୮୯ ଜଣ ପଜିଟିଭ ରହିଛନ୍ତି ।

ନୂତନ ସଂକ୍ରମିତଙ୍କୁ ମିଶାଇ ଏଯାବତ  ୮୯୦୫୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ସେମାନଙ୍କ ମଧ୍ୟରୁ ୮୫୩୦୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୩୩୭୭୦ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଆଜି ସୁଦ୍ଧା ୧୩୩୫୩୧୩୨ଟି କରୋନା ନମୁନା ସଂଗ୍ରହ ହୋଇଛି ।

Leave a Reply

Your email address will not be published.