ଆଧାର କାର୍ଡ ନଥିଲେ କେହି ଟିକାକରଣରୁ ବଞ୍ଚିତ ନହୁଅନ୍ତୁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: ଆଧାର କାର୍ଡ ନଥିଲେ କେହି ଟିକାକରଣରୁ ବଞ୍ଚିତ ହେବେନି, ଏଭଳି ନିଷ୍ପତ୍ତି ନେଇଛି ୟୁଆଇଡିଏଆଇ।

ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଶନିବାର କହିଛିଯେ, କୌଣସି ବ୍ୟକ୍ତିଙ୍କୁ ଟିକା ଦେବା, ଔଷଧ ଦେବା, ହସ୍ପିଟାଲରେ ଭର୍ତ୍ତି କରିବା ଅଥବା ଚିକିତ୍ସା ଉପଲବ୍ଧ କରାଇବା କେବଳ ଏହି କାରଣରୁ ମନା କରାଯାଇପାରିବ ନାହିଁ । କୌଣସି ଆବଶ୍ୟକ ସେବା ଉପଲବ୍ଧ କରାଇବାରେ ମନା କରିବା ଲାଗି ଆଧାରକାର୍ଡ ନେଇ ବାହାନା କରା ନଯିବା ଉଚିତ । 

ଦେଶରେ କୋଭିଡ-୧୯ର ୨ୟ ଲହର ମଧ୍ୟରେ ୟୁଆଇଡିଏଆଇର ଏହି ବୟାନ କାଫି ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । ୟୁଆଇଡିଏଆଇ ଏକ ବୟାନରେ କହିଛି ଯେ, ଆଧାର ମାମଲାରେ ବାହାନା କରିବା ଏକ ଅପବାଦ । ତେଣୁ ୧୨ ଅଂକ ବିଶିଷ୍ଟ ବାୟୋମେଟ୍ରିକ ଆଇଡି ନଥିଲେ ବି ଟିକା ସହିତ ଅନ୍ୟ ସବୁଧା ଦିଆଯିବା ଦରକାର । ଯଦି କୌଣସି ନାଗରିକ ପାଖରେ କୌଣସି କାରଣରୁ ଆଧାରକାର୍ଡ ନାହିଁ, ତାହେଲେ ଆଧାର ଅଧିନିୟମ ବଳରେ ତାଙ୍କୁ ସେବା ପ୍ରଦାନ କରିବା ପାଇଁ ମନା କରାଯାଇ ପାରିବ ନାହିଁ । 

Leave a Reply

Your email address will not be published.