ମୋବାଇଲ୍ ଭ୍ୟାନ ଜରିଆରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କିଛି ଦିନ ହେବ କମିବାରେ ଲାଗିଛି । ହେଲେ ସୁସ୍ଥ ହାର ବୃଦ୍ଧିରେ ଅକ୍ସିଜେନର ସଙ୍କଟ ଦେଖାଦେଇଥିବାର ଶୁଣିବାକୁ ମିଳିଥିଲା । ଏହି କାରଣରୁ ପାରୁପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ହସ୍ପିଟାଲକୁ ବିଏମସି ପକ୍ଷରୁ ଅକ୍ସିଜେନ ଯୋଗାଇ ଦିଆଯାଇଛି ଏବଂ ଆଗକୁ ଆବଶ୍ୟକ କରୁଥିବା ଲୋକମାନଙ୍କୁ ବିଏମସି ପକ୍ଷରୁ ଅକ୍ସିଜେନ କନ୍‌ସନଟ୍ରେଟର ଯୋଗାଇ ଦିଆଯିବ। ତେବେ ଏଥିପାଇଁ ରାଜ୍ୟ ସରକାର ବିଏମସିକୁ ୧୦୦ ଅକ୍ସିଜେନ କନ୍‌ସନଟ୍ରେଟର ଯୋଗାଇ ଦେଇଛନ୍ତି ।

ତେବେ ଲୋକମାନଙ୍କୁ ଏଥିପାଇଁ ଅଧିକ କଷ୍ଟ କରିବାକୁ ପଡିବ ନାହିଁ ବିଏମସି ପକ୍ଷରୁ ଏଥିପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଛି ଏହି ‘ଆପ୍’ ଯୋଗେ ଲୋକେ ଘରେ ବସି ଅକ୍ସିଜେନ କନ୍‌ସନଟ୍ରେଟର ବୁକ୍ କରିପାରିବେ ବୋଲି ଆଜି କମିଶନର ସଞ୍ଜୟ ସିଂ କହିଛନ୍ତି।

ଏବେ ଭୁବନେଶ୍ବର ମହାନଗରରେ ପ୍ରତିଦିନ ୨ ହଜାର ବେଡ ଖାଲି ରହୁଛି । ସେମଧ୍ୟରୁ ପ୍ରାୟ ୭୫ରୁ ଅଧିକ ଆଇସିୟୁ ବେଡ୍‌ ଖାଲି ରହୁଛି । ଏବେ କୋରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ରହୁଥିବା ବେଡ୍‌ର ଚାପ କମିଛି । ଏଯାଏ ବିଏମସି ଏରିଆରେ ଅକ୍ସିଜେନର ଅଭାବ ଦେଖାଯାଇ ନାହିଁ ।

ତେବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ କାଲିଠୁ ରାଜଧାନୀର ମାର୍କେଟ ଗହଳି ଏରିଆ ମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ମୋବାଇଲ୍ ଭ୍ୟାନ ଜରିଆରେ ଆରଟିପିସିଆର/ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ କରାଯିବ।
ମାଛ, ପରିବା ମାର୍କେଟରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା ହେବ
ସାମୁହିକ ଟେଷ୍ଟିଂରେ ସମସ୍ତେ ସହଯୋଗ କରିବାକୁ ବିଏମସି କମିସନର ଅନୁରୋଧ କରିଛନ୍ତି। ଏହା ସହିତ ସେ କହିଥିଲେ ଲକଡାଉନ୍ ଓ ସଟଡାଉନରୁ ସୁଫଳ ମିଳୁଛି ବର୍ତ୍ତମାନ ପଜିଟିଭିଟି  ହାର  ହ୍ରାସ ପାଇଛି ଦୈନିକ ସଂକ୍ରମଣ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି  ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published.