ରାଜ୍ୟରେ ତଳମୁହାଁ ହେଉଛି କରୋନା ମିଟର

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ଯା କ୍ରମାଗତ ଭାବେ କମିଥିବାର ପରିଲକ୍ଷିତ ହୋଇଛି। ଆଜି ରାଜ୍ୟରେ କରୋନା ସଂକ୍ରମଣ ୭ ହଜାର ତଳକୁ ଖସି ୬,୧୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରରୁ ୩୪୫୩ ଓ ସ୍ଥାନୀୟ ସଂକ୍ରମିତ ୨୬୬୫ ଜଣ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।

ଆଜି ଅନୁଗୁଳରୁ ୪୧୬, ବାଲେଶ୍ୱରରୁ ୧୯୫, ବରଗଡରୁ ୧୬୪, ଭଦ୍ରକରୁ ୨୨୮, ବାଲାଙ୍ଗୀରରୁ ୮୩, ବୌଦ୍ଧରୁ ୧୧୨, କଟକରୁ ୬୪୦, ଦେବଗଡ଼ରୁ ୨୯, ଢେଙ୍କାନାଳରୁ ୧୨୩, ଗଜପତିରୁ ୩୦, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୨୧୮, ଯାଜପୁରରୁ ୫୬୩, ଝାରସୁଗୁଡ଼ାରୁ ୮୬, କଳାହାଣ୍ଡିରୁ ୮୦, କନ୍ଧମାଳରୁ ୧୪୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୨୨୭, କେନ୍ଦୁଝରରୁ ୧୫୫, ଖୋର୍ଦ୍ଧାରୁ ୪୯୫, କୋରାପୁଟରୁ ୧୮୦, ମାଲକାନଗିରିରୁ ୧୦୭, ମୟୂରଭଞ୍ଜରୁ ୩୫୨, ନବରଙ୍ଗପୁରରୁ ୧୬୬, ନୟାଗଡ଼ରୁ ୧୬୧, ନୂଆପଡାରୁ ୩୬, ପୁରୀରୁ ୩୯୮, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୦୩, ସୋନପୁରରୁ ୫୨, ସୁନ୍ଦରଗଡରୁ ୨୭୨ ଓ ରାଜ୍ୟ ପୁଲରୁ ୧୦୩ ଜଣ ପଜିଟିଭ ରହିଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ମାମଲା ୮୧୯୨୧୪କୁ ବୃଦ୍ଧି ପାଇଥିବାବେଳେ ୭୩୯୩୭୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବିଭିନ୍ନ ହସ୍ପିଟାଲରେ ୭୬୭୫୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨୨୫୦୨୯୪ଟି କରୋନା ପାଇଁ ସ୍ବାବ ନମୁନା ପରୀକ୍ଷା ହୋଇଛି ।

Leave a Reply

Your email address will not be published.