ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ ସଂକ୍ରମଣ ଥମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ନୂଆ ୧୧,୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।

ଆଜିର ସଂକ୍ରମିତଙ୍କ ମଧ୍ୟରେ ୬୫୬୯ କ୍ବାରେଣ୍ଟାଇନ ସେଣ୍ଟରର ରହିଥିବାବେଳେ ୫୧୬୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୭୦୦,ବାଲେଶ୍ୱରରୁ ୪୭୨, ବରଗଡରୁ ୩୬୩, ଭଦ୍ରକରୁ ୪୧୪, ବଲାଙ୍ଗୀରରୁ ୪୦୧, ବୌଦ୍ଧରୁ ୨୭୭, କଟକରୁ ୮୭୦, ଦେବଗଡ଼ରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡାରୁ ୩୯୧, କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪,କେନ୍ଦ୍ରାପଡାରୁ ୧୩୯, କେନ୍ଦୁଝରରୁ ୨୨୦, ଖୋର୍ଦ୍ଧାରୁ ୧୭୧୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୂରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭,ନୟାଗଡ଼ରୁ ୨୬୧, ନୁଆପଡାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୫, ସୁନ୍ଦରଗଡରୁ ୬୪୧ ଓ ଷ୍ଟେଟ ପୁଲରୁ ୨୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬ ଲକ୍ଷ ୧୨ ହଜାର ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧ ଲକ୍ଷ ୭ ହଜାର ୪୦୩ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫ ଲକ୍ଷ ୦୨ ହଜାର ୪୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୨୯୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦୮୮୨୭୫୬ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published.