ଆଜିବି ୩ ହଜାର ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ କମୁଛି, କିନ୍ତୁ ଟ୍ଵିନ୍ ସିଟିରେ ବ୍ରେକ ନେବାର ନା ନେଉନି କରୋନା ‌। ଆଜି ଖୋର୍ଦ୍ଧାରୁ ୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୬୫୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଢେଙ୍କାନାଳରୁ ୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୭, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୧୧୨, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୩୬, ଅନୁଗୁଳରୁ ୯୯, ବାଲେଶ୍ବରରୁ ୨୪୦, ବରଗଡରୁ ୧୪, ଭଦ୍ରକରୁ ୧୨୮, ବଲାଙ୍ଗୀରରୁ ୨୯, ବୌଦ୍ଧରୁ ୧୩, କଟକରୁ ୪୪୦, ଦେବଗଡରୁ ୫, କନ୍ଧମାଳରୁ ୨୫ ଜଣ ପଜିଟିଭ ଚିହ୍ନଟ ହୋଇଛି ।

ସେହିପରି ପୁରୀରୁ ୧୬୫, ରାୟଗଡାରୁ ୫୦, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡରୁ ୮୭, କେନ୍ଦ୍ରାପଡାରୁ ୧୫୭, କେଉଁଝରରୁ ୬୬, ଖୋର୍ଦ୍ଧାରୁ ୩୮୪, କୋରାପୁଟରୁ ୬୦, ମାଲକାନଗିରିରୁ ୫୭, ମୟୂରଭଞ୍ଜରୁ ୧୬୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୦୫, ନୂଆପଡାରୁ ୭, ଓ ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ମାମଲା ୯୨୧୮୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ୮୮୭୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୦୨୨୭ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.