୩ ହଜାର ତଳକୁ ଖସିଲା ସଂକ୍ରମଣ ସଂଖ୍ୟା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାକୁ ଲାଗିଛି । ଆଜି ୩ ହଜାର ତଳକୁ ଖସିଛି ସଂକ୍ରମଣ ସଂଖ୍ୟା । ତଥାପି ଏଯାଏଁ ରାଜ୍ୟ ଓଡିଶା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇପାରିନିନି । ଯେହେତୁ ଓଡିଶାର ବି କ୍ୟାଟୋଗରି ଥିବା ୧୦ଟି ଜିଲ୍ଲା ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ସେମାନଙ୍କ ମଧ୍ୟରେ ୧୬୭୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି ।

ଆଜି ଖୋର୍ଦ୍ଧାରୁ ୫୪୯, କୋରାପୁଟରୁ ୫୫, ମାଲକାନଗିରି ରୁ ୫୯, ମୟୂରଭଞ୍ଜରୁ ୧୬୫, ନବରଙ୍ଗପୁରରୁ ୧୯, ନୟା ଗଡ଼ରୁ ୯୬, ନୂଆପଡାରୁ ୮, ପୁରୀରୁ ୧୩୨, ରାୟଗଡାରୁ ୫୩, ସମ୍ବଲପୁରରୁ ୨୨, ଅନୁଗୁଳରୁ ୮୬, ବାଲେଶ୍ବରରୁ ୨୩୭, ବରଗଡରୁ ୨୨, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୧୮, ଝାରସୁଗୁଡ଼ା ରୁ ୮, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୧୬୩, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୯, କଟକରୁ ୪୨୨, ଦେବଗଡରୁ ୫, ଢେଙ୍କାନାଳରୁ ୭୭, ଗଜପତିରୁ ୬, ଗଞ୍ଜାମରୁ ୨୧, କେନ୍ଦ୍ରାପଡାରୁ ୭୯, କେଉଁଝରରୁ ୭୫, ସୋନପୁରରୁ ୧୨, ସୁନ୍ଦରଗଡରୁ ୪୮ ଓ ଷ୍ଟେଟ ପୁଲରୁ ୧୦୧ ଜଣ ନୂଆ ପଜିଟିଭ ରହିଛନ୍ତି ।ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ର ମିତଙ୍କ ସଂଖ୍ୟା ୯୧୯୦୨୬କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୮୪୨୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୦୫୫୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.