୩ ହଜାର ତଳକୁ ଖସିଲା ସଂକ୍ରମିତ ସଂଖ୍ଯା

ଭୂବନେଶ୍ବର: ରାଜ୍ୟରେ ଧୀରେ ଧୀରେ କରୋନାର ଦ୍ବିତୀୟ ଲହର ହ୍ରାସ ପାଉଥିବାବେଳେ ତୃତୀୟ ଲହରର ଭୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୯୫୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ୟାରେଣ୍ଟାଇନ ସେଣ୍ଟରରୁ ୧୬୯୮ ଜଣ ରହିଥିବାବେଳେ ୧୨୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ମିଳିଛି । 

ଆଜି ଅନୁଗୁଳରୁ ୧୧୦, ବାଲେଶ୍ବରରୁ ୨୪୭, ବରଗଡରୁ ୪୧, ଭଦ୍ରକରୁ ୧୯୨, ବଲାଙ୍ଗୀରରୁ ୩୭, ବୌଦ୍ଧରୁ ୪୭, କଟକରୁ ୨୭୨, ଦେବଗଡରୁ ୧୦, ଢେଙ୍କାନାଳରୁ ୪୨, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୬୦, ଝାରସୁଗୁଡାରୁ ୩,  କଳାହାଣ୍ଡିରୁ ୩୮, କନ୍ଧମାଳରୁ ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ସେହିପରି କେନ୍ଦ୍ରାପଡାରୁ ୧୧୬, କେଉଁଝରରୁ ୫୭, ଖୋର୍ଦ୍ଧାରୁ ୪୦୮, କୋରାପୁଟରୁ ୬୦, ମାଲକାନଗିରିରୁ ୫୬, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୪୫, ନୟାଗଡ଼ରୁ ୧୧୨, ନୂଆପଡାରୁ ୧୦, ପୁରୀରୁ ୨୧୯, ରାୟଗଡାରୁ ୬୩, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ସୁନ୍ଦରଗଡରୁ ୫୮ ଓ  ଷ୍ଟେଟ ପୁଲରୁ ୭୦ ଜଣ ପଜିଟିଭ ରହିଛନ୍ତି । 

ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା  ୮୮୩୪୯୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୮୪୪୮୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୪୯୬୫ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.