‌ହ୍ରାସ ପାଉଛି କରୋନା ମୃତକଙ୍କ ସଂଖ୍ଯା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସହ ମୃତକଙ୍କ ସଂଖ୍ଯା ମଧ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣଙ୍କ କରୋନା ସଂକ୍ରମଣରେ ଜୀବନ ଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୬ ଜଣ, କଟକ ଓ ବରଗଡରୁ ୫ ଜଣ ଲେଖାଏଁ, ମୟୂରଭଞ୍ଜ ଓ ପୁରୀରୁ ୪ ଜଣ ଲେଖାଏଁ, ସମ୍ବଲପୁରରୁ ୩ ଜଣ, ଝାରସୁଗୁଡା ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦୁଝର ଢେଙ୍କାନାଳ, କୋରାପୁଟ, ଦେବଗଡ, ଅନୁଗୁଳ, ସୁନ୍ଦରଗଡରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୬୭୧କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.