ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ହାର, ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଥିବା ବେଳେ ବାକି ୮୦୮ ଲୋକାଲ୍ କେସ୍ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୬, ପୁରୀରୁ ୧୧୮, ଯାଜପୁରରୁ ୮୭, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୩, କୋରାପୁଟରୁ ୧୦, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୬୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୫, ରାୟଗଡ଼ାରୁ ୧୧, ଜଗତସିଂହପୁରରୁ ୯୨, ଅନୁଗୋଳରୁ ୯୧ ଓ ଷ୍ଟେଟ୍ ପୁଲ୍‌ରୁ ୧୦୯ ଜଣ ଅଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲାରୁ ୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୭, ଦେବଗଡ଼ରୁ ୧, ଢେଙ୍କାନାଳରୁ ୩୭, ଗଜପତିରୁ ୧୬, ଗଞ୍ଜାମରୁ ୭, ସମ୍ବଲପୁରରୁ ୧୫, ସୋନପୁରରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୦ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.