ଆଜି ରାଜ୍ୟରେ ୬ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ଧିରେ ଧିରେ ରାଜ୍ୟରୁ କରୋନା ସଂକ୍ରମଣ କମୁଥିବାର ପରିଲକ୍ଷିତ ହୋଇଛି । ଆଜି ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଟନୂତନ ସଂକ୍ରମିତଙ୍କ ମଧ୍ୟରୁ ୩୪୪୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୬୫୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଅନୁଗୁଳରୁ ୨୯୫, ବାଲେଶ୍ୱରରୁ ୩୯୨, ବରଗଡରୁ ୧୦୭, ଭଦ୍ରକରୁ ୨୪୬, ବଲାଙ୍ଗୀରରୁ ୭୭, ବୌଦ୍ଧରୁ ୧୩୦, କଟକରୁ ୬୪୭, ଦେବଗଡ଼ରୁ ୨୮, ଢେଙ୍କାନାଳରୁ ୭୩, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୨୨୬, ଯାଜପୁରରୁ ୪୩୪, ଝାରସୁଗୁଡାରୁ ୪୨, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୧୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୨୫୩, କେନ୍ଦୁଝରରୁ ୧୨୩, ଖୋର୍ଦ୍ଧାରୁ ୧୦୧୭, କୋରାପୁଟରୁ ୧୨୬, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୨୯୭, ନବରଙ୍ଗପୁରରୁ ୧୪୬, ନୟାଗଡ଼ରୁ ୧୨୦, ନୂଆପଡାରୁ ୧୭, ପୁରୀରୁ ୨୯୧, ରାୟଗଡ଼ାରୁ ୧୨୦, ସମ୍ବଲପୁରରୁ ୧୦୧, ସୋନପୁରରୁ ୬୪, ସୁନ୍ଦରଗଡରୁ ୨୦୮ ଓ ରାଜ୍ୟ ପୁଲରୁ ୧୫୧ ଜଣ ପଜିଟିଭ ରହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୮୩୭୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେଥିରୁ ୭୬୪୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୬୯୩୩୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାପଡିଛି । ଏଯାବତ ୧୨୪୫୭୬୦୬ଟି କରୋନା ନମୁନା ସଂଗ୍ରହ ହୋଇସାରିଛି ।

Leave a Reply

Your email address will not be published.