ଆଜି ୩ ହଜାର ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ସମୟରେ ଚିନ୍ତା ବଢାଉଛି ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ନୂଆ ଭ୍ୟାରିଆଣ୍ଟ ଓ ବିଭିନ୍ନ ଫଙ୍ଗସ । ଆଜି ୩୩୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ ୧୮୯୬ ଜଣ ରହିଥିବାବେଳେ ୧୪୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଆଜି ଖୋର୍ଦ୍ଧାରୁ ୪୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୧୧୬, ବାଲେଶ୍ବରରୁ ୩୯୭, ବରଗଡରୁ ୪୭, ଭଦ୍ରକରୁ ୧୬୩, ବଲାଙ୍ଗୀରରୁ ୧୦, ବୌଦ୍ଧରୁ ୧୬, କଟକରୁ ୫୬୬, ଦେବଗଡରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୨, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୦, ଯାଜପୁରରୁ ୧୯୪, ଝାରସୁଗୁଡାରୁ ୧୧, କଳାହାଣ୍ତିରୁ ୩୧, କନ୍ଧମାଳରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୩୪, କେଉଁଝରରୁ ୬୫, କୋରାପୁଟରୁ ୫୯, ମାଲକାନଗିରିରୁ ୭୧, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୯, ନୟାଗଡରୁ ୧୧୧, ନୂଆପଡାରୁ ୪, ପୁରୀରୁ ୧୭୫, ରାୟଗଡାରୁ ୪୩, ସମ୍ବଲପୁରରୁ ୨୯, ସୋନପୁରରୁ ୧୭, ସୁନ୍ଦରଗଡରୁ ୩୬ ଓ ଷ୍ଟେଟ ପୁଲରୁ ୯୦ ଜଣ ପଜିଟିଭ ଅଛନ୍ତି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୩୭୮୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୮୬୭୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୨୪୦୪ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ଅଛନ୍ତି ।

Leave a Reply

Your email address will not be published.