ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଥାନାରେ ହାଜର ହେଲେ ଦୁଇ ଓ୍ୱେବ ପୋର୍ଟାଲ ସାମ୍ବାଦିକ

କଟକ, (ନାଗରାଜ ନ୍ୟୁଜ): ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ଆଜି ମଙ୍ଗଳାବାଗ ଥାନାରେ ହାଜର ହେଲେ ଦୁଇ ଓ୍ୱେବ ପୋର୍ଟାଲ ସାମ୍ବାଦିକ । ଏନେଇ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ଅସିତ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ଗତକାଲି ସମନ କରିଥିଲା ପୋଲିସ । ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ଏହି ଦୁହିଁଙ୍କ ବୟାନ ରେକର୍ଡ କରାଯିବ । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ତାହା ପଦାକୁ ଆସିବ ।

ଦୁର୍ଘଟଣାରେ ଶିକାର ହୋଇଥିବା ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଦୁର୍ଘଟଣା ପରେ ସେ ଠିକ୍ ଭାବେ ଚାଲି ପାରୁନଥିବାବେଳେ କିଏ ତାଙ୍କୁ ଭୁବନେଶ୍ୱର ଆଣିଥିଲେ ଓ କିଏ ତାଙ୍କୁ ବିଷ ଦେଇଥିଲେ ଏ ନେଇ ଦୁଷ୍ମନ୍ତଙ୍କ ମା’ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଯେଉଁ ଦୁଇ ସାମ୍ବାଦିକଙ୍କୁ ସମନ୍ କରିଛି ସେମାନେ ଦୁଷ୍ମନ୍ତଙ୍କ ସହ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.