ଯୁବକଙ୍କୁ ନକଲି ପୋଲିସ୍ ବେଶ ପଡିଲା ମହଙ୍ଗା

ରାଉଲକେଲା: ରାଉରକେଲାରେ ଜଣେ ନକଲି ଯୁବ ପୋଲିସ୍ ଅଧିକାରିକୁ ଧରିଛି ସେକ୍ଟର-୧୫ ଥାନା ଅଧିକାରୀ।ରାଉରକେଲା ସେକ୍ଟର-୧୫ ଥାନା ଅଞ୍ଚଳର ଯୁବକ ସେକ୍ଟର-୧୮ କମ୍ୟୁନିଟି ସେଣ୍ଟର ନିକଟରେ ନିଜକୁ ପୁଲିସ ଏସଆଇ ପରିଚୟ ଦେଇ ଗାଡ଼ି ଚାଳକମାନଙ୍କୁ ଯାଞ୍ଚ କରୁଥିବା ବେଳେ ଗିରଫ କରିଛି ସେକ୍ଟର-୧୫ ଥାନା ପୁଲିସ । ଗିରଫ ଯୁବକ ହେଉଛି ଅଶୋକ କୁମାର ଜେନା ଓ ସେ ସେକ୍ଟର-୧୫, ଏଚ୍‌ ବ୍ଲକ୍‌ର ବାସିନ୍ଦା ବୋଲି ଜଣାପଡିଛି। ଉକ୍ତ ଯୁବକଙ୍କ ନିକଟରୁ ପୁଲିସ ପୋଷାକ ଜବତ କରିବା ସହ ଏତଲା ଓ ମାମଲା ରୁଜ୍ଜୁ କରି ଆଇପିସି ର ଧାରା ୧୭୧ ଓ ୪୧୯ ଦଫାରେ ଅଶୋକ କୁ କୋର୍ଟ ଚାଲାଣ କରିଛି ପୁଲିସ। ଏହି ଘଟଣା ଏବେ ଉକ୍ତ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଉରକେଲାରୁ ଲବକିଶୋର୍ ନାୟକଙ୍କ ରିପୋର୍ଟ ନାଗରାଜ ନ୍ଯୁଜ୍‌

Leave a Reply

Your email address will not be published.