ଦୁଷ୍କର୍ମ ବଦଳରେ ଗଣଦୁଷ୍ମର୍ମ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦୁଷ୍କର୍ମ ବଦଳରେ ଗଣଦୁଷ୍ମର୍ମ । ଏଭଳି ଲଜ୍ଜ୍ୟାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ । ଜଣେ ୧୬ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ ହୋଇଛି । ଦୁଷ୍କର୍ମ କରିଛନ୍ତି ଦୁଇ ଭାଇ । ତେବେ ଏହାର କାରଣ ଦୁଷ୍କର୍ମ ବଦଳରେ ଗଣଦୁଷ୍କର୍ମ ହୋଇଥିବାର ପୋଲିସ ଅନୁମାନ କରୁଛି । ସୂଚନା ଅନୁଯାୟୀ ଗଢ଼ ଥାନା ଅଂଚଳରେ ଯେଉଁ ୨ ଭାଇଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆସିଛି, ସେମାନଙ୍କର ନାବାଳିକା ଭଉଣୀ ସହ ଦୁଷ୍କର୍ମ ନେଇ ୬ ମାସ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ନାବାଳିକା ଅଭିଯୁକ୍ତ ଭାଇଙ୍କ ଉପରେ ଆଣିଥିଲା । ପୋଲିସ ଏହି ମାମଲାର ତଦନ୍ତ କରୁଛି । ଭଉଣୀ ସହିତ ହୋଇଥିବା କୁକର୍ମର ପ୍ରତିଶୋଧ ନେବା ପାଇଁ ଏଭଳି ଘଟଣା ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published.