ବାପା ଗୁଳି ମାଡରେ ପୁଅ ମୃତ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାପା ଗୁଳି ମାଡରେ ପୁଅ ମୃତ । ଏଭଳି‌ ଅଭାବନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଅଧିନ ବେଣ୍ଟୁଆ ଗ୍ରାମରେ । ବାପା ଯଦୁ ମୁଣ୍ଡା ଗୁଳି ମାଡ଼ର ୧୬ ବର୍ଷର ପୁଅ ଶିବ ମୁଣ୍ଡାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ବାପା ମଦ୍ୟପାନ କରି ନିଶା ଶକ୍ତ ଅବସ୍ଥାରେ ପୁଅର ଛାତିକୁ ୨ ରାଉଣ୍ଡ ଗୁଳି ମାଡ କରିଛି । ତେବେ ଏଭଳି ଅମାନୁଷିକ କାଣ୍ଡ ଘଟାଇ ସାରିବା ପରେ ବାପା ଯଦୁ ମୁଣ୍ଡା ଫେରାର ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାର ଅଧିକ ସତ୍ୟାସତ୍ୟ ଜାଣିବା ନିମନ୍ତେ ବାରଙ୍ଗ ଥାନା ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published.