ସୁଶାନ୍ତଙ୍କ ମୃତ୍ଯୁ ମାମଲାରେ ବନ୍ଧୁ ସିଦ୍ଧାର୍ଥ ପିଠାନୀ ଗିରଫ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ରହସ୍ୟ ଉନ୍ମୋଚନ ହୋଇଛି । ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଆଜି ଗିରଫ କରିଛି ।

ସିଦ୍ଧାର୍ଥ ପିଠାନୀ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ସମୟରେ ଘରେ ଉପସ୍ଥିତ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ । ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଇଛି । ତାଙ୍କର ଗତସପ୍ତାହରେ ନିର୍ବନ୍ଦ ସରିଛି ।

ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିଦ୍ଧାର୍ଥଙ୍କ ନାଁ ବି ମିଡିଆରେ ଚର୍ଚ୍ଚାରେ ରହିଥିଲା । ସିଦ୍ଧାର୍ଥ ହିଁ ପ୍ରଥମେ ଘର ଭିତରେ ସୁଶାନ୍ତ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସେ ପୋଲିସ ଓ ହସ୍ପିଟାଲକୁ ଫୋନ କରିଥିଲେ । ତେବେ ଏନସିବି ଅଧିକାରୀ ଏବେ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚୁରା କରିବେ । କ୍ରିଏଟିଭ ଆର୍ଟ ଡିଜାଇନର ସିଦ୍ଧାର୍ଥ ପଠାନୀ ସୁଶାନ୍ତଙ୍କ ସବୁଠୁ ଅନ୍ତରଙ୍ଗ ବନ୍ଧୁ ଥିଲେ ।

ଯେତେବେଳେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଘରେ ରହୁନଥିଲେ ସେ ସୁଶାନ୍ତଙ୍କ ସାମ୍ନା ରୁମରେ ରହୁଥିଲେ । ସିବିଆଇ ନିଜ ତଦନ୍ତରେ ବହୁଜ ଲୋକଙ୍କୁ ପଚରାଉଚୁରା କରିଛି ।

Leave a Reply

Your email address will not be published.