ବିନା ଭକ୍ତରେ ଦଶହରା ପର୍ବ ପାଳିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଲାଗିଛି ଖଇରା ବ୍ଲକ । ଏହି ବ୍ଲକର ଜଳଙ୍ଗଗଣ୍ଡିବେଡ ଗ୍ରାମରେ ପୂଜା ପାଉଛନ୍ତି ମା’ ଚଣ୍ଡୀ ଠାକୁରାଣୀ । ବହୁ ପୁରାତନ ମା’ ଙ୍କ ପୀଠ । ବର୍ତ୍ତମାନ ଏହା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଅଧିନ ଅଟେ । ସଂସ୍କୃତି ବିଭାଗ ତରଫରୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉଦ୍ୟମରେ ପୀଠର ବିକାଶ ଦୃତଗତିରେ ଆଗେଇ ଚାଲିଛି ।

ପୀଠର ମହିମା କଥା ଅନେକ ରହିଛି ଯାହା ବର୍ଣ୍ଣନା କରିହେବ ନାହିଁ, କିନ୍ତୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ପୀଠ ପରିସରରେ ଥିବା ନିମ୍ବ ଗଛର ପତ୍ର କେବେହେଲେ ପିତା ଲାଗିନଥାଏ । ସର୍ବଦା ମିଠା ଲାଗିଥାଏ । କରୋନା କଟକଣା ହେତୁ ଏବେ ଭକ୍ତ ଶୂନ୍ୟ ପୀଠ । ତଥାପି ଚାଲିଛି ମା’ ଙ୍କ ଦଶହରା ପର୍ବ ପାଳନ । ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ ଟ୍ରଷ୍ଟ ଦାୟିତ୍ୱ ନେବା ପରଠାରୁ ପୀଠର ବିକାଶ ପୂର୍ବଠାରୁ ଅଧିକ ବେଗରେ ଆଗେଇ ଚାଲିଛି ବୋଲି ସେବାୟତ, ୱାର୍ଡସଭ୍ୟ ଓ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କ ଠାରୁ ଶୁଣିବାକୁ ମିଳିଛି ।

Leave a Reply

Your email address will not be published.