ଶ୍ରୀମନ୍ଦିର ଖୋଲିବାକୁ ପୁଣି ଦାବି କରିଛି ଶ୍ରୀଜଗନ୍ନାଥ ସେନା

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ଖୋଲିବାକୁ ପୁଣି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀରେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରାଯିବା ସହ ସାଗର ସତ୍ୟାଗ୍ରହ କରାଯାଇଛି । ଶ୍ରୀଜଗନ୍ନାଥ ସେନାର କର୍ମକର୍ତା, ବେଳାଭୂମିର ଉଠା ଦୋକାନୀମାନେ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ସମୁଦ୍ର ଭିତରେରେ ପଶି ଫ୍ଲେକ୍ସ ଧରି ଶ୍ରୀମନ୍ଦିର ଖୋଲିବା ଦାବି କରିଛ ନ୍ତି। ଶ୍ରୀଜଗନ୍ନାଥ ସେନା କହିଛି ପୁରୀର ଅର୍ଥନୀତି ଓ ଜୀବିକା ସମ୍ପୂର୍ଣ୍ଣ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ନିର୍ଭର କରେ । ଭକ୍ତ, ଯାତ୍ରୀ ମାନେ ଶ୍ରୀମନ୍ଦିର ଆସିଲେ ପୁରୀ ଉଠା ଦୋକାନ, ରିକ୍ସା ଚାଳକ  ଅଟୋ, ଟ୍ୟାକ୍ସି ଚାଳ , ହୋଟେଲ, ଲଜି , ସେବାୟତ ଓ ବିଭିନ୍ନ ବ୍ୟବସାୟୀ ଭକ୍ତ  ଯାତ୍ରୀଙ୍କୁ ବିଭିନ୍ନ ଜିନିଷ ବିକ୍ରି  କରି, ନେବା ଆଣିବା କରି ଦୁଇ ପଇସା ରୋଜଗାର କରି ନିଜର ଘର ପ୍ରତିପୋଷଣ କରିବା ସହ ନିଜର କର୍ମଚାରୀଙ୍କୁ ଦରମା ଦେଇଥାନ୍ତି । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା, ଲକଡାଉନ ହେତୁ ଅନେକ ସମୟ ଧରି ଶ୍ରୀମନ୍ଦିର ବନ୍ଦ ହୋଇଥିବାରୁ ଅନେକ ଵ୍ୟକ୍ତି ନିଜର ଜୀବିକା, ରୋଜଗାର ହରେଇ ଅତି ଦୟନୀୟ ଭାବେ ଚଳୁଛନ୍ତି । ଏତିକି ବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ବିନା ଅନୁମୋଦନ, ଗଜପତି ମହାରାଜାଙ୍କ ବିନା ପରାମର୍ଶରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୋଭିଡ ସଂକ୍ରମଣ ବୃଦ୍ଧି ଆଳରେ ଯେଭଳି ପୁଣି ଶ୍ରୀମନ୍ଦିର ବନ୍ଦ କରାଯାଇଛି । ଏଥିପାଇଁ ଅନେକ ଲୋକ ଙ୍କ ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଚି । ରାଜ୍ୟ ସରକାର କୋଭିଡ କଟକଣା ମାଧ୍ୟମରେ ପଂଚାୟତ ନିର୍ବାଚନ କରୁଥିବା ବେଳେ , ଦୋକାନ ବଜାର ମଧ୍ୟ ସବୁ ଖୋଲା ରହିଛି। ତେବେ ସବୁ କିଛି ଖୋଲା ମେଲା ଥିବା ବେଳେ ଶ୍ରୀମନ୍ଦିର ଖୋଲିଲେ କଣ ଖାଲି କୋଭିଡ ସଂକ୍ରମଣ ବ୍ୟାପିବ ବୋଲି ଶ୍ରୀଜଗନ୍ନାଥ ସେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସରକାର ଙ୍କୁ ପ୍ରଶ୍ନ କରିଛି । ତୁରନ୍ତ ପୁରୀ ଲୋକ ଙ୍କ ଜିବନ ଜୀବିକା କୁ ଦେଖି ଭକ୍ତ ଙ୍କ ପାଇଁ ସରକାର ଶ୍ରୀମନ୍ଦିର ନ ଖୋଲିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.