୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଧୀନରେ ଥିବା ବାଣ୍ଠୁପଡାରେ ବହୁ ଦିନରୁ ଜଣେ ବ୍ୟକ୍ତି ଗଞ୍ଜେଇ କାରବାର କରୁଥିବାର ଅଭିଯୋଗ ହୋଇଆସୁଥିଲା । ଅଭିଯୋଗକୁ ଭିତ୍ତି କରି ସୁନ୍ଦରଗଡ଼ ଅବକାରୀ ଅଧିକ୍ଷକ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶରେ ସୁନ୍ଦରଗଡ଼ ଅବକାରୀ ଅଧିକାରୀ ସତ୍ୟଜିତ ଖଟୁଆ, ରାଜଗାଙ୍ଗପୁର ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ, ଚନ୍ଦ୍ର ଶେଖର ଖଣ୍ଡା, ଚନ୍ଦ୍ରକାନ୍ତ ବେହେରା, କିଶୋର ସୁନାନୀ, ବାସନ୍ତୀ ବାକାଳୀ ଓ ଗାୟତ୍ରୀ ଜ୍ୟୋତି କେରକେଟା ମିଳିତ ଭାବେ ରାଜଗାଙ୍ଗପୁର ବାଣ୍ଠୁପଡାର ବନମାଳୀ ଦାସର ଦୋକାନ ଉପରେ ଚଢ଼ାଉ କରିଥିଲେ । ସେଠାରୁ ୧କିଲୋ ଗଞ୍ଜେଇ ଜବତ କରିବା ସହିତ ବନମାଳୀ ଦାସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published.