ମା’ ଦୁଲ୍ଲାଦେବୀଙ୍କ ପୀଠରେ ୧୦ମ ବାର୍ଷିକ ଓଡ଼ିଶୀ ସଂକୀର୍ତ୍ତନ ପ୍ରତିଯୋଗିତା

ବାରଙ୍ଗ, (ନାଗରାଜ ନ୍ୟୁଜ): ରାଜଧାନୀ ଉପକଣ୍ଠ ଇଞ୍ଜଣା ଗ୍ରାମର ମା’ ଦୁଲ୍ଲାଦେବୀଙ୍କ ପୀଠରେ ରବିବାର ୧୦ମ ବାର୍ଷିକ ଓଡ଼ିଶୀ ସଂକୀର୍ତ୍ତନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଆଠଟି ସଂକୀର୍ତ୍ତନ ଦଳ ଯୋଗଦେଇ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ । ଗ୍ରାମବାସୀମାନେ ପାରମ୍ପରିକ ବାଜା ବଜାଇ ବିଧାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରି ମା’ଙ୍କ ପୀଠକୁ ପାଛୋଟି ନେଇଥିଲେ । ପରେ ବିଧାୟକ ପୀଠରେ ମା’ଙ୍କ କୃପାଭିକ୍ଷା ଲାଭ କରିବା ସହ ଗ୍ରାମର ତିନି ଶହରୁ ଉଦ୍ଧ୍ୱର୍ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ସଂକୀର୍ତ୍ତନ ଦଳକୁ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହ ପୁରସ୍କୃତ ମଧ୍ୟ କରିଥିଲେ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ନିର୍ମଳ ରାଉତ, ସନ୍ତୋଷ ନାଥ, ସମାଜସେବୀ ସଞ୍ଜୟ ପତି ଓ ନାରୀ ଜାଗରଣ ମଞ୍ଚର ନାରୀ ନେତ୍ରୀମାନେ ଉପସ୍ଥିତ ଥିଲେ । ଲକ୍ଷେଶ୍ୱର ୫୨ମଣ୍ଡଳର ମହନ୍ତ ନଳିନୀ କୁମାର, ୫୨ମଣ୍ଡଳ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ଓ ଉପ ସଭାପତି ଅର୍ଜୁନ ପରିଡ଼ା ପ୍ରମୁଖ ଏହି ପ୍ରତିଯୋଗିତାରେ ଉପସ୍ଥିତ ରହିଥିଲେ । ସମାଜସେବୀ ପ୍ରଦୀପ କୁମାର ଦାସ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶରତ କୁମାର ଦାସ ଓ ଉଦ୍ଧବ ସାମଲ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published.