ଭାରତୀୟ ଡାକବିଭାଗ ତରଫରୁ 11ତମ ରାଜ୍ୟସ୍ତରୀୟ ଡାକଟିକଟ ପ୍ରଦର୍ଶନୀ

କଟକ,(ନାଗରାଜ ନ୍ୟୁଜ): ଭାରତୀୟ ଡାକବିଭାଗ ତରଫରୁ 11ତମ ରାଜ୍ୟସ୍ତରୀୟ ଡାକଟିକଟ ପ୍ରଦର୍ଶନୀ (ଅଫିଲେନ୍ସ 2022) ରେଭେନ୍ସା କନଭେନସନ ସେଣ୍ଟର ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକ ପରିସର ରେ ଚଳିତ ମାସ 23 ତାରିଖ ପୂର୍ବାହ୍ନ ଉଦଘାଟିତ ହୋଇଯାଇଛି l ରେଭେନ୍ସା ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡାକବିଭାଗ ର ଆଧୁନିକକରଣ ଓ ଆଦୃତି ଉପରେ ଗୁରୁତ୍ୱ ଆରୋପ କରିଥିଲେ l ବିଶେଷ କରି ଆଜି କାଲି ର whatshaap ଓ ଇ ମେଲ ଦୁନିଆ ରେ ଚିଠି ଲେଖିବାର ପ୍ରବୃତି କ୍ରମଶଃ କମିଯାଉଥିବାରୁ ଏହି ଅଭ୍ୟାସ କୁ ପୁନଃ ଜାଗରୁକ କରିବା ନିମନ୍ତେ ସେ ଛାତ୍ର ସମାଜ କୁ ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥି ଅତିରିକ୍ତ ପୋଲିସ ମହାନିର୍ଦ୍ଧେଶକ ଶ୍ରୀ ସୁଧାଂଶୁ ମୋହନ ଷଡ଼ଙ୍ଗୀ ତାଙ୍କ ଅଭିବ୍ୟକ୍ତି ରେ ଏହି ଉତ୍ସବ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଏକ ଐତିହ ପୀଠ ରେ ଅନୁଷ୍ଠିତ ହୋଇଥିବାରୁ ସେ ଡାକ ବିଭାଗ କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଡାକ ବିଭାଗ ର ଆଧୁନିକୀକରଣ ତଥା ଏହି ଉତ୍ସବ ର ମୁଖ୍ୟ ଆକର୍ଷଣ କଟକ ଜିପିଓ ରୁ ଡ୍ରୋନ ମାଧ୍ୟମ ରେ ପ୍ରେରିତ ସ୍ୱତନ୍ତ୍ର ଲଫାଫା ର ଉନ୍ମୋଚନ ଏକ ଯୁଗାନ୍ତ କରି ପଦକ୍ଷେପ boli ମତ ଦେଇଥିଲେ l ଓଡିଶା ଡାକ ପରିମଣ୍ଡଳ ର ମୁଖ୍ୟ ମହାଡାକପାଳ ଶ୍ରୀ ଶୁଭେନ୍ଦୁ ସ୍ୱାଇଁ ଡାକ ବିଭାଗ ର ଲୋକପ୍ରିୟତା କୁ ଆଦୃତ କରିବାପାଇଁ ଆଧୁନିକ ଜ୍ଞାନ କୌଶଳ ରେ କିପରି ଚିଠି ପ୍ରେରଣ କରାଯାଇପାରିବ ଏବଂ ଏକ ଦିଗ ରେ ଜଣେ ବିଶିଷ୍ଠ ଡାକ ସଂଗ୍ରାହକ ଙ୍କ ପରାମର୍ଶ ର ସଫଳ ରୂପାୟନ ପାଇଁ ଡ୍ରୋନ ମାଧ୍ୟମ ରେ ଚିଠି ପ୍ରେରଣ କରାଯାଇଥିଲା l ଏହି ଉତ୍ସବ ରେ ଭାରତ ର ବିଭିନ୍ନ ପ୍ରାନ୍ତର ରୁ ଆସିଥିବା ବିଶିଷ୍ଠ ଡାକ ସଂଗ୍ରାହକ, ଡାକ ପରିବାର ର ସମସ୍ତ କର୍ମଚାରୀ, ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବହୁ ସଂଖ୍ୟା ରେ ଯୋଗ ଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି ଅବସର ରେ ଡ୍ରୋନ ଚିତ୍ରିତ ଲଫାପା, କଟକ ଜିପିଓ ଫିଲାଟେଲିକ ବିୟୁରୋ ର ହୀରକ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଲଫାପା, ରେଭେନ୍ସା ବିଶ୍ୱବିଦ୍ୟାଳୟ ଉପରେ ଚିତ୍ରିତ ଲଫାପା ତଥା ପୂର୍ବ ଭାରତୀୟ ଡାକ ଟିକଟ ସଂଗ୍ରାହକ ଆସୋସିଏସନ ତରଫରୁ ରାଜ୍ୟ ପକ୍ଷୀ ଙ୍କ ଉପରେ ଆଧାରିତ ସ୍ୱତନ୍ତ୍ର ଲଫାପା ର ଉନ୍ମୋଚନ ଏହି ଉତ୍ସବ ର ଅନ୍ୟତମ ଆକର୍ଷଣ ଥିଲା l ପରିଶେଷ ରେ ଡାକବିଭାଗ ର ନିର୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published.