୧୫୭ ପେଟି ମଦ ଜବତ, ୫ ଅଭିଯୁକ୍ତ ଗିରଫ

କଟକ, (ନାଗରାଜ ନ୍ୟୁଜ): କଟକ ଜଗତପୁର ଅଞ୍ଚଳରୁ ଚୋରୀ ହୋଇଥିବା ୧୫୭ ପେଟି ମଦକୁ ଜବତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଏକ ପିକଅପ ଗାଡ଼ି ସହ ଏହି ଅପରାଧରେ ବ୍ୟବହାର ହୋଇଥିବା ୨ ଟି ବାଇକକୁ ମଧ୍ୟ ଜବତ କରିଛି ଜଗତପୁର ପୋଲିସ । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ । ମିଳିଥିବା ସୂଚନା ମୁତାବକ ଗତ ମାସ ୨୭ ତାରିଖ ସନ୍ଧ୍ୟାରେ ଜଣେ କଟକ ନିର୍ଗୁଣ୍ଡିଠାରେ ଥିବା ମଦ ଡିପୋରୁ ୧୬୭ ପେଟି ମଦ ନେଇ ଏକ ପିକଅପ ଗାଡି ନିଆଳି ଯାଉଥିଲା । କିନ୍ତୁ ଯିବା ବାଟରେ ଏହି ମଦ ବୋଝେଇ ଗାଡ଼ିକୁ କିଛି ଦୁର୍ବୁତ୍ତ ଚୋରି କରି ନେଇ ଯାଇଥିଲେ । ଏହି ଅପରାଧରେ ସମ୍ପୃକ୍ତ ଗାଡ଼ି ର ଡ୍ରାଇଭର ସାମିଲ ଥିବା ଜଣା ପଡିବା ପରେ ପୋଲିସ ଡ୍ରାଇଭର କୁ ଜେରା କରିଥିଲା । ଫଳ ସ୍ୱରୂପ ପୁରା ମାମଲା ସାମନାକୁ ଆସିଥିଲା । ଏବଂ ଅଭିଯୁକ୍ତ ମାନେ ଚୋରୀ କରିଥିବା ମୋଟ ୧୬୭ ପେଟି ମଦ ମଧ୍ୟରୁ ୧୫୭ ଟି ପେଟି ମଦ ଜବତ କରିଛି ପୋଲିସ।

Leave a Reply

Your email address will not be published.