୧୫୯ ଜଣ ବରିଷ୍ଠ ନାଗରିକ ଯିବେ ତୀର୍ଥଯାତ୍ରାରେ

ପୁରୀ,(ନାଗରାଜ ନ୍ୟୁଜ): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ।ଏହି ବରିଷ୍ଠ ନାଗରିକ ମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ତୀର୍ଥଯାତ୍ରାରେ ସାମିଲ ହୋଇ ଥିବା ବରିଷ୍ଠ ନାଗରିକ ମାନଙ୍କୁ ଉପଯୁକ୍ତ ସ୍ଥାନ ଓ ସମୟରେ ପହଞ୍ଚିବାକୁ ସୂଚିତ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଙ୍କୁ ପରାମର୍ଶ ଦେଇଥିଲେ। ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ବିସ୍ତୃତ ସୂଚନା ଦେଇ ଚଳିତ ତୀର୍ଥଯାତ୍ରାରେ ୧୫୯ ଜଣ ଯାତ୍ରୀ ଙ୍କ ମଧ୍ୟରେ ୧୧୩ ଜଣ ବ୍ୟକ୍ତି ସିଙ୍ଗିଲ ଥିବା ବେଳେ ୨୩ ଜଣ ଦମ୍ପତି ରହିଛନ୍ତି।ସେହିପରି ଏହି ତୀର୍ଥଯାତ୍ରୀ ଙ୍କ ସହ ୫ ଜଣ ସହାୟକ ମଧ୍ୟ ଯାତ୍ରା କରିବେ।ସମସ୍ତ ତୀର୍ଥଯାତ୍ରୀ ଚଳିତ ମାସ ୩ ତାରିଖ ପୂର୍ବାହ୍ନ ୯ ଘଟିକାରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ରେ ପହଞ୍ଚିବାକୁ ସୂଚନା ଦିଆଯାଇଛି ବୋଲି କହିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନେ କାର୍ଯ୍ୟ ରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।

Leave a Reply

Your email address will not be published.