ଭସାଣି ଶୋଭାଯାତ୍ରା ସମୟରେ ୨ ଗୋଷ୍ଠୀ ମୁହାଁମୁହିଁ

କଟକ, (ନାଗରାଜ ନ୍ୟୁଜ): ଭସାଣି ଶୋଭାଯାତ୍ରା ସମୟରେ ଝାଞ୍ଜିର ମଙ୍ଗଳା ହରିଜନ ସାହି ଏବଂ କୁସୁନ ପୁର ମଧ୍ୟରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀର ଉତ୍ତ୍ୟକ୍ତ ଲୋକେ ଢେଲାପଥର ମାଡ଼ କରିଥିବା ଜଣାପଡ଼ିଛି। ସୁରକ୍ଷା ପାଇଁ ମୁତୟନ ଥିବା କିଛି ପୁଲିସ କର୍ମଚାରୀ ସାମାନ୍ୟ ଆହତ ଥିବା ଜଣାଯାଇଛି। ଉତ୍ତେଜନାମୂଳକ ସ୍ଥିତି ନେଇ ଖବର ମିଳିବା ପରେ କମିସନରେଟ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରିତ କରିଛି। ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣା ନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି।

Leave a Reply

Your email address will not be published.