ବିଶ୍ବମ୍ବର ବିଦ୍ୟାପୀଠରେ ବାର୍ଷିକ ମହୋତ୍ସବ ଧୁମଧାମରେ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ବିଶ୍ବମ୍ବର ବିଦ୍ୟାପୀଠରେ 2023 ମସିହା ବାର୍ଷିକ ମହୋତ୍ସବ ଧୁମଧାମରେ ପାଳିତ ହୋଇ ଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ନମିତା ପାଣିଗ୍ରାହୀ,ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ସେନାପତି,ଆଲୁମିନା ସେମିନାର ର ସଦସ୍ୟ ସୌମେନ୍ଦ୍ର ଦାସ,ବ୍ରଜବନ୍ଧୁ ମହାରଣା,ମୋ ସ୍କୁଲ ଅଭିଯାନ ର ସଭାପତି ଉମାବଲ୍ଲଭ ମହାପାତ୍ର,smc ସଭାପତି ବୀରେନ ବିରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢା ସହ ଅନନ୍ୟା ପ୍ରତିଭା ସ୍ମରଣ ନିମିତ୍ତ ଉତ୍ସାହିତ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର ସଭାପତିତ୍ବ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ଉତ୍ସବର ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବିଦ୍ୟାଳୟର ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published.