୩ ପଂଚାୟତରେ ପଦଯାତ୍ରା କଲେ ବିଧାୟକ, ଘରେ ଘରେ ବୁଲି ବୁଝିଲେ ସମସ୍ୟା

ଖଇରା,(ନାଗରାଜ ନ୍ୟୁଜ):  ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର , କୁରୁଣ୍ଟା, ଜଳଦା ପଂଚାୟତରେ ପଦଯାତ୍ରା କରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସାଧାରଣ ଜନତାଙ୍କର ସମସ୍ୟା ବୁଝି ସମାଧାନ କଲେ, ଆଠ ବର୍ଷ ଧରି ବିଧାୟକ ସିମୁଳିଆ ନିର୍ବାଚନ ମଣ୍ଡଳିର ବିକାଶ କରିଚାଲିଛନ୍ତି । ଆଗାମୀ ଦିନରେ ବିକାଶ ପାଇଁ ଆହୁରୀ ମଧ୍ୟ ପ୍ରଚେଷ୍ଟା ଜାରି ରହିବ । ମାଖନପୁର ପଂଚାୟତର ଖରିଦା , କୁରୁଣ୍ଟା ପଂଚାୟତ ର ବାରିଙ୍ଗିଆ , ଜଳଦା ପଂଚାୟତ ର ସମ୍ପେଇ ଠାରେ ବିଧାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମାଖନପୁର ସରପଞ୍ଚ ସମିତି ସଭ୍ୟ ଓ ପଂଚାୟତ ସଭାପତି ଅନାଦିରଞ୍ଜନ ଦାଶ ଓ ଜଳଦା ପଞ୍ଚାୟତ ର ସରପଞ୍ଚ ଗୀତାଞ୍ଜଳି ବେହେରା , ସମିତି ସଭ୍ୟ ରମାକାନ୍ତ ମହାନ୍ତି , କୁରୁଣ୍ଟା। ପଞ୍ଚାୟତର ଜିଲ୍ଲା ପରିଷଦ ସଭ୍ୟ ମାନସ ଦାଶ , ଶ୍ୟାମସୁନ୍ଦରପୁରୁ ପଞ୍ଚାୟତର ସମିତି ସଭ୍ୟ ରବିନ୍ଦ୍ର ମହାନ୍ତି , ଖଇରା ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା ,4 ନମ୍ବର ଜୁନ ର ଜିଲ୍ଲା ପରିଷଦ ରଶ୍ମିତା ମହାପାତ୍ର, ସାରକୋଣା ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ, ବିକାଶ କ୍ଷେତ୍ରରେ ରାଜନୀତି ନ କରିବା ପାଇଁ ଜନସାଧାରଣଙ୍କୁ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.