୩୯ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆଜି ନେହେରୁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ 39ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଷ୍ଟା କଟକ ଜିଲ୍ଲା ର କାର୍ଯ୍ୟ କାରୀ ସଭାପତି ଦିଲ୍ଲୀପ କୁମାର ମହାନ୍ତି ସଭାପତିତ୍ଵ କରିଥିଲେ।ପରିବେଶ ସୁରକ୍ଷା ଏବଂ ଜୀବନର ରକ୍ଷା ଉପରେ ଆଲୋଚନା କରାଯାଇଥିଲା।କଟକ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ କଟକ ମେୟର ସୁବାସ ସିଂ ଯୋଗ ଦେଇ କହିଲେ ଶିଶୁ ହସିଲେ ଦୁନିଆ ହସେ ।

ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ଶିଶୁ ମାନଙ୍କୁ ଗଢିତୋଳିବା ଆମ୍ଭ ମାନଙ୍କର ଦାଇତ୍ୱ ଏବଂ କର୍ତ୍ତବ୍ୟ ଶିଶୁ ମାନେ ଆମର ଅମୂଲ୍ୟ ସମ୍ପଦ ଏମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ଆମ ସମସ୍ତଙ୍କ ଦାଇତ୍ୱ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ଵାଳ,କର୍ପୋରେଟର ତାପସ ରଂଜନ ସାମନ୍ତରାୟ, ମହେଶ୍ୱର ବସା, ଟାଙ୍ଗୀ ବି ଇ ଓ ସରୋଜିନୀ ସାହୁ ପ୍ରମୁଖ ଯୋଗ ଦେଇ କହିଲେ ଶିଶୁ ମାନଙ୍କ ଠାରେ ବହୁ ପ୍ରତିଭା ରହିଛି ସେହି ପ୍ରତିଭା ଗୁଡ଼ିକ ବିକଶିତ ହେବା ଦରକାର ପ୍ରତି ଯୋଗୀତା ମାଧ୍ୟମରେ ଶିଶୁ ମାନଙ୍କର ଦକ୍ଷତା ବୃଦ୍ଧି ପାଇବ। ସମ୍ପାଦକ ଲକ୍ଷ୍ମୀଧର ସାହୁ ଶିଶୁ ଉତ୍ସବର ଉଦ୍ଦେଶ୍ୟ ଜ୍ଞାମ୍ପନ କରିବା ସଙ୍ଗେ ସଙ୍ଗେ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ମହାନଗର ଓଷ୍ଟା ସଭାପତି ଶ୍ରୀମତୀ ହିରନ୍ୟମୟୀ ସାମଲ ସ୍ଵାଗତ ଭାଷଣ ଦେଇଥିଲେ। ଶେଷରେ ମହାନଗର ଓଷ୍ଟା ସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମ ଚାରୀ ବୃନ୍ଦ ସହଯୋଗ କଆରିଥିଲେ ।

Leave a Reply

Your email address will not be published.