5 ଟି ସଚିବ ଭି କେ ପାଣ୍ଡିୟାନଙ୍କ କଟକ ଗସ୍ତ

କଟକ, (ନାଗରାଜ ନ୍ୟୁଜ): ଓଡିଶା ସରକାରଙ୍କର 5 ଟି ସଚିବ ଶ୍ରୀ ଭି କେ ପାଣ୍ଡିୟାନ ଆଜି ଅପରାହ୍ନରେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଖାନ ନଗର ସ୍ଥିତ ନେତାଜୀ ସୁବାସ ବୋଷ ବସ୍ ଟର୍ମିନାଲ ଏବଂ ମା କଟକ ଚଣ୍ଡୀ ମନ୍ଦିର ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ଏଥି ସହିତ ଉଭୟ ଉନ୍ନୟନ କାର୍ଯ୍ୟ କୁ ଯଥା ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନେତାଜୀ ସୁବାସ ବୋଷ ବସ୍ ଟର୍ମିନାଲ ଏବଂ ଚଣ୍ଡୀ ମନ୍ଦିର ର ଉନ୍ନତୀ କାରଣ କାର୍ଯ୍ୟ ଜାରି ରହିଛି। ଚଣ୍ଡୀ ମନ୍ଦିର ଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ର କାମ ଆରମ୍ଭ ହୋଇଗଲାଣି। ମନ୍ଦିର ର ପରିସରରେ ଥିବା ପୁରୁଣା କୋଠା ଓ ବାରାକ ଭଙ୍ଗା କାର୍ଯ୍ୟ ଶେଷ ହୋଇଯାଇଛି। ଖୁବ୍ ଶୀଘ୍ର ମନ୍ଦିରର ପୁନଃ ନବୀକରଣ ଆରମ୍ଭ ହେବ। ମନ୍ଦିର ଉଚ୍ଚତା ବୃଦ୍ଧି ପାଇଁ ଖାଣ୍ଡ ଲାଇଟ୍ ପଥର ବ୍ୟବହାର କରାଯିବ। ଆଜି ପାଣ୍ଡିଆନ ଙ୍କ ଗସ୍ତ ବେଳେ ସି ଡି ଏ ର ଉପାଧ୍ୟକ୍ଷ ଅନୀଲ ସାମଲ, କେନ୍ଦ୍ରାଞ୍ଚଳ ଆର ଡି ସି ସୁରେଶ ଚନ୍ଦ୍ର ଦଳାଇ, ଏବଂ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଉପସ୍ଥିତ ଥିଲେ। ଏମାନେ ଓ ବି ସି ସି ଏବଂ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନଙ୍କ ସହିତ ଉନ୍ନତି କରଣର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ସେବାୟତ ଓ ପୂଜକ ମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବିଶେଷ କରି ପାଇପ ଲାଇନ୍ ସ୍ଥାନାନ୍ତରିତ,ବିଦ୍ୟୁତ୍ ତାର ଟଣା ଓ ଟ୍ରାନଷ୍ଫର୍ମର ସ୍ଥାନାନ୍ତରିତ କାର୍ଯ୍ୟ ତ୍ଵରାନିତ କରାଯାଉଛି ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ।

Leave a Reply

Your email address will not be published.