ସପ୍ତମ ବେମୋକେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଆଳିବନ୍ଧ ଠାରେ ମା ଭୂଆସୁଣୀ କ୍ରିକେଟ କ୍ଳବ ଅନିକୂଲ୍ୟା ରେ ଅନୁଷ୍ଠିତ ସପ୍ତମ ବୋମୋକେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି, ଗତ 28 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟ ରେ 16 ଟି ଟିମ ଭାଗ ନେଇଥିବାବେଳେ ଫାଇନାଲ ମ୍ୟାଚରେ ବଣିଆପଡା କ୍ରିକେଟ କ୍ଳବ ଓ ଗୋଡିବେରୀ ଦିଗମ୍ବରପୁର କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ପ୍ରଥମେ ଟଚ ଜିତି ବାଣିଆପଡା କ୍ରିକେଟ କ୍ଳବ ବ୍ୟାଟିଂ କରିବାର ନିଷ୍ପତି ନେଇ ସମସ୍ତ 16 ଓଭର 7 ଉଇକେଟ ବିନିମୟରେ 226 ରନ ସଂଗ୍ରହ କରିଥିବା ବେଳେ ରନର୍ସ ଟିମ ଗୋଡିବେରୀ ଦିଗମ୍ବରପୁର କ୍ରିକେଟ କ୍ଳବ ତାର ସମସ୍ତ ଉଇକେଟ ହରାଇ 144ରନ ସଂଗ୍ରହ କରି ଧରାଶାଇ ହୋଇଥିଲା .

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବିଶିଷ୍ଟ ସମାଜ ସେବି ରାମଚନ୍ଦ୍ର ପାତ୍ର ସନମାନିତ ଅତିଥି ଭାବେ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ସରପଞ୍ଚ ମାନରଞ୍ଜନ ମହାନ୍ତି, ପୁରୋହଖୋଜ ଗ୍ରାମପଞ୍ଚାୟତ ର ସରପଞ୍ଚ ରତିକାନ୍ତ ସାହୁ, ବେଗା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ସମଜସେବୀ ଲଳିତ ଦାସ, ସୁଧର ପୃଷ୍ଟି, ସମେତ ସ୍ଥାନୀୟ ମାନ୍ୟଗଣ୍ୟ ଉପସ୍ଥିତରେ ବିଜୟୀ ଦଳ ସମେତ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.